ନବରାତ୍ରୀ ଅବସରରେ ଦାଣ୍ଡିଆରେ ଝୁମୁଛି ଭୁବନେଶ୍ବର ସହର

Published By : Prameya-News7 Bureau | October 16, 2018 IST

ଭୁବନେଶ୍ବର ୧୬|୧୦: ନବରାତ୍ରି ଅବସରରେ ଦାଣ୍ଡିଆରେ ଝୁମୁଛି ଭୁବନେଶ୍ବର । ବିଭିନ୍ନ ସ୍ଥାନରେ ଦାଣ୍ଡିଆ ଉତ୍ସବ ହେଉଥିଲେ ବି ଗୁଜରାଟୀ ସଂପ୍ରଦାୟ ପକ୍ଷରୁ ହେଉଥିବା ଦାଣ୍ଡିଆ ଉତ୍ସବ ନିଆରା । ଜୟଦେବ ବିହାରର ତିରୁପତି ତିରୁମାଲା କଲ୍ୟାଣ ମଣ୍ଡପରେ ଉତ୍କଳ ଗୁଜରାଟୀ ସମାଜ ପକ୍ଷରୁ ନବରାତ୍ର ଉତ୍ସବ ପାଳନ ହେଉଛି । ପ୍ରତିଦିନ ସଂଧ୍ୟାରେ ଭୁବନେଶ୍ବରର ସମସ୍ତ ଗୁଜରାଟୀ ପରିବାର ଏକାଠି ହେଉଛନ୍ତି । ପାରମ୍ପରିକ ବେଶଭୂଷା ସହ ମାଙ୍କ ପୂଜାର୍ଚ୍ଚନା ଓ ଗରବା ନୃତ୍ୟ ପ୍ରଦର୍ଶିତ ହେଉଛି ।  କୌଣସି ଆଧୁନିକ ଗୀତ ନୁହଁ ବରଂ ମାଙ୍କ ଭଜନକୁ ନିଜେ ଗାଇବା ସହ ବାଦ୍ୟଯନ୍ତ୍ରର ତାଳେ ତାଳେ ନୃତ୍ୟ ପ୍ରଦର୍ଶନ କରାଯାଏ । ଏଥିରେ ଉଭୟ ଦାଣ୍ଡିଆ ଓ ଗରବା ନୃତ୍ୟ ଦେଖିବାକୁ ମିଳୁଛି । ପିଲାଠାରୁ ନେଇ ବୟସ୍କ ଯାଏଁ ପ୍ରତିଟି ଗୁଜରାଟୀ ସଂପ୍ରଦାୟର ବ୍ୟକ୍ତି ନିଷ୍ଠାର ସହ ଏଥିରେ ଭାଗ ନେଇଥାନ୍ତି । ପ୍ରତିବର୍ଷ ନଅ ଦିନ ଧରି ଏହି କାର୍ଯ୍ୟକ୍ରମ ଆୟୋଜନ କରିଥାଏ ଗୁଜରାଟୀ ସମାଜ । କାର୍ଯ୍ୟକ୍ରମ ଶେଷରେ ଆଳତୀ ସହ ପ୍ରସାଦ ଗ୍ରହଣ କରାଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.