ବଢ଼ିଲା କରୋନା ସଂକ୍ରମଣ; ଶନିବାର ଗତ ୪ ମାସରେ ସର୍ବାଧିକ ସଂକ୍ରମିତ ଚିହ୍ନଟ

Published By : Prameya-News7 Bureau | March 18, 2023 IST

ନୂଆଦିଲ୍ଲୀ: ଭାରତରେ H3N2 ଇନ୍‌ଫ୍ଲୁଏଞ୍ଜା ଭୂତାଣୁ ଆତଙ୍କ ଖେଳାଇଥିବା ବେଳେ ଦେଶରେ ଦୈନିକ କରୋନା ସଂକ୍ରମଣ ଏବେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୮୪୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହା ଗତ ୪ ମାସରେ ସର୍ବାଧିକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ସଂକ୍ରମିତଙ୍କୁ ମିଶାଇଲେ ବର୍ତ୍ତମାନ ଦେଶରେ କରୋନା ସକ୍ରିୟ ସଂଖ୍ୟା ୫,୩୮୯ ହୋଇଛି।

ଅନ୍ୟପଟେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୪.୪୬ କୋଟି(୪,୪୬,୯୪,୩୪୯) ହୋଇଛି ବୋଲି ଶନିବାର ସକାଳେ ୮ଟା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଅପ୍‌ଡେଟ୍‌ ତଥ୍ୟ ଦେଇଛି। ଅନ୍ୟପଟେ ଦିନକରେ ଝାରଖଣ୍ଡ ଓ କେରଳରେ ଜଣେ ଲେଖାଏଁ ରୋଗୀର ମୃତ୍ୟୁ ହୋଇଥିବା ବେଳେ କେରଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ବର୍ତ୍ତମାନ କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଗୁଜରାଟରେ କରୋନା ସଂକ୍ରମଣ ବର୍ତ୍ତମାନ ଅଧିକ ରହିଛି। ସେହିପରି ମୋଟ ସଂକ୍ରମଣକୁ ଦେଖିଲ ସକ୍ରିୟ ହାର ୦.୦୧ ପ୍ରତିଶତ ରହିଥିବା ବେଳେ ସୁସ୍ଥ ହାର ୯୮.୮୦ ପ୍ରତିଶତ ରହିଛି। ସ୍ୱାସ୍ଥ୍ୟମନ୍ତ୍ରାଳୟ ଦେଇଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୁଧା ୨୨୦.୬୪ କୋଟି ଡୋଜ୍ କୋଭିଡ୍ ଭ୍ୟାକ୍ସିନ ଦିଆଯାଇ ସାରିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.