ସୁନ ଡ୍ୟାମ୍ର ବାହାର କାନ୍ଥରୁ ଖସୁଛି ପୁଳା ପୁଳା ମାଟି ଅତଡା, ଦବିବାରେ ଲାଗିଛି ଡ୍ୟାମ୍ର ପ୍ୟାକିଂ
15/08/2022 at 3:24 PM

ଉଦଳା ୧୫।୮: ଦବିଲା ସୁନ ଡ୍ୟାମ୍ । ଡ୍ୟାମ୍ର ବାହାର ପାଖ କାନ୍ଥରୁ ମାଟି ଅତଡ଼ା ଖସିବା ସହ ତାହା ଧୀରେ ଧୀରେ ଦବିବାରେ ଲାଗିଛି । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ ସୁନ ବନ୍ଧ ଡ୍ୟାମ୍ର ବାହାର ପାଖ କାନ୍ଥରୁ ପୁଳା ପୁଳା ମାଟି ଅତଡା ଖସିବା ସହିତ ଡ୍ୟାମ୍ର ପ୍ୟାକିଂ ଦବିବାରେ ଲାଗିଛି । ଲଗାଣ ବର୍ଷା ଯୋଗୁଁ ମାଟି ଅତଡ଼ା ଖସିଥିବା ବେଳେ ଏହା ଡ୍ୟାମ୍ ପ୍ରତି ବିପଦ ସୃଷ୍ଟି କରିଛି । କାରଣ ଡ୍ୟାମ୍ର କାନ୍ଥରୁ ଅତଡ଼ା ଖସୁଥିବା ବେଳେ ଧୀରେ ଧୀରେ ଡ୍ୟାମ୍ ଦୁର୍ବଳ ହେବା ସହିତ କେଉଁ ମୁହୁର୍ତ୍ତରେ ଯେ କେଉଁ ଅଘଟଣ ଘଟିବ ତାହା କହିବା ମୁସ୍କିଲ । ଲଗାଣ ବର୍ଷା ଜାରି ରହିଥିବା ବେଳେ ଡ୍ୟାମ୍ କାନ୍ଥରୁ ମାଟି ଅତଡ଼ା ଆହୁରି ଖସିବାର ସମ୍ଭାବନା ଦେଖାଦେଇଛି ।
Related Posts
ଭୟାବହ ଅଗ୍ନିକାଣ୍ଡରେ ୪୬ ବଖରା ଘର ଭଷ୍ମିଭୂତ ; ବାସହୀନ ହେଲେ ୨୨ ପରିବାର
2 February 2023
ବଦଳିଲା ନାଁ: ଓଡ଼ିଶା ଅଗ୍ନିଶମ ସହ ଯୋଡ଼ିହେଲା ଜରୁରୀ କାଳୀନ ସେବା
2 February 2023
ଜିଲ୍ଲା ଚିକିତ୍ସାଳୟର ପ୍ରସୂତି ୱାର୍ଡରୁ ନକଲି ଡାକ୍ତର ଗିରଫ
2 February 2023