ମାଡି ଆସୁଛି ବାତ୍ୟା 'ଫେଲିସିଆ' : ୨୦୦ କିମିରୁ ଅଧିକ ବେଗରେ ବହିବ ପବନ ! ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ

Published By : Prameya-News7 Bureau | July 17, 2021 IST

ନୂଆଦିଲ୍ଲୀ,୧୭/୦୭ : ମାଡି ଆସୁଛି ବାତ୍ୟା ଫେଲିସିଆ । ୧୩୦ ମାଇଲ ବା  ୨୦୦ରୁ ଅଧିକ ବେଗରେ ବହିପାରେ ପବନ । ତେବେ ଆସନ୍ତା ବୁଧବାର ଏହା ଗଭୀର ଅବପାତର ରୂପ ନେଇ ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ।

ଏବେ ଫେଲିସିଆ ପୂର୍ବ ପ୍ରଶାନ୍ତ ମହାସାଗରରେ ବଳ ଗୋଟାଉଛି । ଯାହା ଧିରେଧିରେ ଘଣ୍ଟା ପ୍ରତି ୧୫ କିମି ବେଗରେ ଭୁପୃଷ୍ଠ ଆଡକୁ ମାଡି ଆସୁଛି । ଏହା ଆମେରିକାର ହିଲୋ ପ୍ରାନ୍ତରୁ ୨୧୨୦ ମାଇଲ ଓ କାଲିଫର୍ଣ୍ଣିଆ ଉପକୂଳରୁ ଏହା ୧୦୩୦ ମାଇଲ୍ ଦୂରରେ ରହିଛି । ବାତ୍ୟା ଯେଉଁଠି କେନ୍ଦ୍ରୀଭୂତ ହୋଇଛି ସେଠାରେ  ଘଣ୍ଟା ପ୍ରତି ୨୫ କିମି ବେଗରେ ପବନ ବୋହୁଥିବା ବେଳେ ସ୍ଥଳଭାଗରେ ମାଡ ହେବା ପରେ ୨୦୦ କିମି ବେଗରେ ପ୍ରତି ପବନ ବହିପାରେ ।

ସବୁଠାରୁ ବଡ କଥା ହେଲା ଯେ, ଏହି ବାତ୍ୟା ସ୍ଥଳଭାଗରେ ମାଡ ହେବା ଆଶଙ୍କା କମ ରହିଛି । ଏହା ସମୁଦ୍ର ମଧ୍ୟରେ ହିଁ ଦୁର୍ବଳ ହୋଇଯିବ । କାରଣ ଏହା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ।  ମିଆମି ନ୍ୟାଶନାଲ ହରିକେନ୍ ସେଣ୍ଟରର ରିପୋର୍ଟ ଅନୁସାରେ, ଫେଲିସିଆ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ପ୍ରବେଶ ବେଳକୁ ଦୁର୍ବଳ ହୋଇସାରିଥିବ । କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରରେ ପ୍ରବେଶ କରିବା ସତ୍ତ୍ୱେ ଏହା ହାଓ୍ୱାଲିଆନ ଦ୍ୱୀପରୁ ଦୂରରେ ରହିବ । ରବିବାର ରାତିରୁ ହିଁ ଏହାର ଦୁର୍ବଳ ହେବା ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା ସପ୍ତାହର ବୁଧବାର ଯାଏଁ ଜାରି ରହିପାରେ ।

{"id":481950,"sizeSlug":"large","linkDestination":"none"}

ତେବେ ବୁଧବାର ସୁଦ୍ଧା ଏହା ଦୁର୍ବଳରୁ ଅତି ଦୁର୍ବଳ ହୋଇ ଦକ୍ଷିଣ ପଶ୍ଚିମରେ ଅବସ୍ଥିତ ହାଓ୍ୱାଇ ଦ୍ୱୀପ ଆଡେ ମୁହାଁଇପାରେ । ଯେହେତୁ ଫେଲିସିଆ ଏବେ ବହୁ ଦୂରରେ ଅଛି ତେଣୁ ଏହା ହାଓ୍ୱାଇ ଉପରେ କିଛି ପ୍ରଭାବ ପକାଇବ ନା ନାହିଁ ତାହା ସ୍ପଷ୍ଟ ହୋଇପାରୁ ନାହିଁ । ଏହାସତ୍ତ୍ୱେ ପ୍ରଶାସନ ପକ୍ଷରୁ ନାଗରିକଙ୍କୁ ସତର୍କ ରହିବାକୁ କୁହାଯାଇଛି । ଏହାସହ ଆବଶ୍ୟକୀୟ ସରଞ୍ଜାମ ମଧ୍ୟ ରଖିବାକୁ ପରାମର୍ଶ ଦିଆଯାଇଛି ।

ଆମେରିକା ଜାତୀୟ ହରିକେନ୍ ସେଣ୍ଟରର ସୂଚନାନୁସାରେ, ଫେଲିସିଆକୁ କାଟାଗୋରୀ ୪ରେ ରଖାଯାଇଛି । କାରଣ ଏହା ଭୟଙ୍କର ରୂପ ନେଇପାରେ । ମାଡ ହେବା ଦ୍ୱାରା ଏହା ଘଣ୍ଟାପ୍ରତି ୧୩୦ ମାଇଲ ବେଗରେ ପବନ ବହିବାର କ୍ଷମତା ରଖୁଛି । ତେବେ ଏହା ଘଣ୍ଟାପ୍ରତି ୧୫ କିମି ବେଗରେ ଗତି କରୁଥିବା ହରିକେନ୍ ସେଣ୍ଟର କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.