CWG 2022: ବକ୍ସିଂରେ ସ୍ଵର୍ଣ୍ଣ ପଦକ ଜିତିଲେ ନିକହତ ଜରିନ, ତାଲିକାରେ ଚତୁର୍ଥ ସ୍ଥାନକୁ ଉଠିଲା ଭାରତ

Published By : Prameya-News7 Bureau | August 07, 2022 IST

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତୀୟ ବକ୍ସରଙ୍କ ଦବଦବା ଜାରି ରହିଛି। ବିଶ୍ଵ ଚାମ୍ପିଅନ ବକ୍ସର ନିକହତ ଜରିନ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ୨୬ ବର୍ଷୀୟ ନିକହତ ଚଳିତ ବର୍ଷ  ମେ ମାସରେ ବିଶ୍ଵ ଚାମ୍ପିଅନ ହୋଇଥିଲେ। ଏବେ ନିଜର ପଦାର୍ପଣ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ଵର୍ଣ୍ଣ ପଦକ ଜିତି ରେକର୍ଡ କରିଛନ୍ତି। ଏହାକୁ ମିଶାଇ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଏ ପର୍ଯ୍ୟନ୍ତ ୧୭ ସ୍ଵର୍ଣ୍ଣ ପଦକ ଜିତି ସାରିଛି। ଭାରତର ପଦକ ସଂଖ୍ୟା ୪୮ରେ ପହଞ୍ଚିଛି।  ଏଥିସହ ପଦକ ତାଲିକାରେ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡାରେ ନ୍ୟୁଜିଲାଣ୍ଡକୁ ପଛରେ ପକାଇ ଚତୁର୍ଥରେ ପହଞ୍ଚିଛି।

ଜରିନଙ୍କ ପୂର୍ବରୁ ଭାରତୀୟ ବକ୍ସର ଅମିତ୍ ପଙ୍ଘାଲ ଏବଂ ନୀତୁ ଗଙ୍ଘାସ ନିଜର ଦବଦବା ପ୍ରଦର୍ଶନ ଜାରି ରଖି ନିଜ ନିଜ ବର୍ଗରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଦୁଇ ବକ୍ସର ନିଜ ନିଜର ଫାଇନାଲ୍‌ ମୁକାବିଲାରେ ଆୟୋଜକ ଇଂଲଣ୍ଡର ପ୍ରତିଦ୍ଵନ୍ଦ୍ଵୀଙ୍କୁ ମାତ୍ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.