ଆଇନଜୀବୀ –ପୋଲିସ ବିବାଦ: ଅଦାଲତରେ ମାମଲା ଚାଲିଥିବାବେଳେ ଅଭିଯୁକ୍ତ ପୋଲିସଙ୍କ ଉପରୁ ନିଲମ୍ବନ ଆଦେଶ କେମିତି ପ୍ରତ୍ୟାହାର ହେଲା ବୋଲି ପ୍ରଶ୍ନ କଲେ ହାଇକୋର୍ଟ
9/11/2018 at 6:59 PM

କଟକ୯|୧୧: ଆଇନଜୀବୀଙ୍କୁ ବିଚ୍ ରାସ୍ତାରେ ପୁଲିସ ମାଡ ମାରିଥିବା ଭଳି ଏକ ସମ୍ବେଦନଶୀଳ ମାମଲାର ତଦନ୍ତ ଚାଲିଛି, ଏପରିସ୍ଥଳେ, ଅଭିଯୁକ୍ତ ପୁଲିସ କର୍ମଚାରୀମାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ହେଲା କିପରି ବୋଲି ଆଜି ପ୍ରଶ୍ନ କରିଛନ୍ତି ହାଇକୋର୍ଟ, ଯାହାର ଜବାବରେ ସରକାରୀ ପକ୍ଷ ଆଜି ହାଇକୋର୍ଟରେ ସେଭଳି କୌଣଷି ସନ୍ତୋଷ ଜନକ ଉତ୍ତର ରଖିପାରିନାହାଁନ୍ତି । ସେପଟେ ପୂର୍ବ ନିର୍ଦ୍ଦେଶ ମୂତାବକ ଆଜି ମାମଲାର ତଦନ୍ତକାରି ଅଧିକାରୀ ତଥା କ୍ରାଇମବ୍ରାଞ୍ଚର ଆଇ ଜି ଅରୁଣ ବୋଥ୍ରା ହାଇକୋର୍ଟରେ ଉପସ୍ଥିତ ରହି ନିଜେ କରିଥିବା ତଦନ୍ତ ରିପୋର୍ଟକୁ କୋର୍ଟରେ ପେସ କରିଛନ୍ତି । କିନ୍ତୁ ଏହି ମାମଲା ଉପରେ ଆହୁରି ତଦନ୍ତ ହେବାର ଆବଶ୍ୟକତା ରହିଛି, ସେଥିଲାଗି ତାଙ୍କୁ ୬ ସପ୍ତାହର ଅଧିକ ମହଲତ ଦିଆଯାଉ ବୋଲି ହାଇକୋର୍ଟଙ୍କୁ ଜଣାଇଛନ୍ତି କ୍ରାଇମବ୍ରାଞ୍ଚର ଆଇ ଜି ତଥା ଏହି ମାମଲାର ତଦନ୍ତକାରି ଅଧିକାରୀ । ତେବେ କେଉଁ ପରିସ୍ଥିତିରେ ଅଭିଯୁକ୍ତ ପୁଲିସ କର୍ମଚରୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ହେଲା ବୋଲି ଆଜି କୋର୍ଟ ଯେଉଁ ପ୍ରଶ୍ନ କରିଛନ୍ତି ,ତାର ଜବାବରେ ଆଡଭୋକେଟ ଜେନେରାଲ କୋର୍ଟଙ୍କୁ ଦର୍ଶାଇଛନ୍ତିଯେ, ସୋମବାର ସୁଦ୍ଧା କିଛି ଠୋସ୍ ପଦକ୍ଷେପ ନିଆଯିବ । ଆସନ୍ତା ସୋମବାର ଦିନ ମାମଲାର ପରବର୍ତ୍ତୀ ଶୁଣାଣୀ କରିବାକୁ ଆଜି ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ । କିନ୍ତୁ ଏସବୁ ଭିତରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନର ରୂପରେଖ କଣ ହେବ ,ତାହା ଯେମିତି ଏକ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି । ତଥାପି ଆଜି ଅପରାହ୍ନରେ ହାଇକୋର୍ଟ ବାର ସାଧାରଣ ପରିଷଦ ବୈଠକ ବସିଛି । ଆସନ୍ତା ସୋମବାର ଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଆଜି ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି……..