ବେନଗାଁ ଏସ୍ବିଆଇ ବ୍ୟାଙ୍କ ଶାଖାରୁ ଗ୍ରାହକଙ୍କ ଖାତାରୁ ଟଙ୍କା ଗାଏବ ଅଭିଯୋଗ
6/10/2018 at 11:25 AM

କଳାହାଣ୍ଡି ୬|୧୦: କଳାହାଣ୍ଡି ଜିଲ୍ଲା ବେନଗାଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶାଖାରୁ ଗ୍ରାହକଙ୍କ ଖାତାରୁ ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଛି । ବେନଗାଁ ରାଧାକୃଷ୍ନ ସ୍ବୟଂ ସହାୟକ ଗୋଷ୍ଠୀର ଜମାଖାତାରୁ ୧୭ହଜାର ଟଙ୍କା, ପେଙ୍କସୁରର ପ୍ରମିଳା ମହାନନ୍ଦ ଖାତାରୁ ୨୫ଶହ ଟଙ୍କା, ଲେରମୁହିଁ ଗାଁ ଦୁଖେଦଇ ମାଝୀଙ୍କ ୫ହଜାର ଟଙ୍କା ଏଭଳି ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଲୋକଙ୍କ ଖାତାରୁ ଏହି ଟଙ୍କା ଉଠାଣ ହୋଇଛି । ବ୍ୟାଙ୍କର କ୍ୟାସିୟର ଦେବାଶିଷ ମାଝି ଏହି ଘୋଟାଲା କରିଥିବା ଅଭିଯୋଗ ହୋଇଥିଲେ ବି ଥାନାରେ ଏତଲା ଦେଲେ ବ୍ୟାଙ୍କ ମ୍ୟାନେଜର । ବ୍ୟାଙ୍କ ଶାଖା ପରିଚାଳକ ସୁଜିତ ଲାକ୍ରା ଆସନ୍ତା ୩ ଦିନ ମଧ୍ୟରେ ଠକେଇର ତଦନ୍ତ କରି ଗ୍ରାହକଙ୍କୁ ତାଙ୍କ ଟଙ୍କା ଫେରସ୍ତ ପାଇଁ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ।
Related Posts
ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଓ ୩ ଗୁରୁତର
28 January 2023
କାଳେସୀ ଲାଗି ପାଣିକୁ ଡେଇଁଲେ ବୃଦ୍ଧ, ଚାଲିଗଲା ଜୀବନ
28 January 2023