ଫସଲ ହାନିର ମିଳୁନି କ୍ଷତିପୂରଣ, ତହସିଲଦାରଙ୍କ ଦ୍ୱାରସ୍ତ ହେଲେ ଶତାଧିକ ଚାଷୀ

Published By : Prameya-News7 Bureau | October 22, 2022 IST

ଚଣ୍ଡୀଖୋଲ ୨୨/୧୦: ଫସଲ କ୍ଷୟକ୍ଷତିର ମିଳୁନି କ୍ଷତିପୂରଣ । ଏନେଇ ତହସିଲଦାରଙ୍କ ଦ୍ୱାରସ୍ତ ହେଲେ ଶତାଧିକ ଚାଷୀ । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନ ପଟୁଣିଆ ପଂଚାୟତର ପୂର୍ବ ବର୍ଷ ହୋଇଥିବା ବନ୍ୟା ଓ ଲଗାଣ ବର୍ଷାର ବ୍ୟାପକ ଫସଲ ହାନି ହୋଇଥିଲା ।

ପଟୁଣିଆ ପଂଚାୟତର ଏକର ଏକର ଚାଷ ଜମିର ଚାଷୀ ନଳିତା, ଧାନ, ବିରି ଓ ପରିବା ଫସଲ କରିଥିଲେ । ହେଲେ ବନ୍ୟା ଓ ଲଗାଣ ବର୍ଷା ଯୋଗୁ ଦୀର୍ଘ ଦିନ ଧରି ଚାଷ ଜମିର ପାଣି ଜମି ରହିବାରୁ ସମ୍ପୂର୍ଣ ଭାବେ ଫସଲ ନଷ୍ଟ ହୋଇଥିଲା । ଫସଲ କ୍ଷତିପୂରଣ ପାଇଁ ଚାଷୀମାନେ ସମସ୍ତ କାଗଜପତ୍ର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସରକାରୀ ସହାୟତା ମିଳି ପାରିନାହିଁ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏ ନେଇ ଶତାଧିକ ଚାଷୀ ଧର୍ମଶାଳା ତହସିଲର ପହଞ୍ଚି ତହସିଲଦାର ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଯଦି ଆଗାମୀ ଦିନରେ ଚାଷୀଙ୍କୁ ବନ୍ୟା କ୍ଷତିପୂରଣ ନ ମିଳିଲେ ତେବେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଚାଷୀମାନେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.