scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଟାକ୍ କରିବାକୁ ଆସିଲା କୁମ୍ଭୀର, ଚପଲ ଦେଖାଇ ଗୋଡାଇଲେ ମହିଳା, ଭାଇରାଲ୍ ହେଉଛି ଭିଡିଓ

18/11/2021 at 3:04 PM

ନୂଆଦିଲ୍ଲୀ ୧୮/୧୧ : ଆପଣ କେବେ ନଦୀ କୂଳରେ ଛିଡା ହୋଇଥିବେ ଏବଂ ଆପଣଙ୍କୁ ଏକ କୁମ୍ଭୀର ଆଟାକ୍ କରିବାକୁ ଆସିବ। ସେତେବେଳେ ଆପଣ କ’ଣ କରିବେ? ଆପଣ ଦୌଡି ପଳାଇବେ ନା ତାହାକୁ ସାମ୍ନା କରିବେ? ଯଦି ବି କେହି ସାହାସର ସହିତ ସାମ୍ନା କରନ୍ତି କିନ୍ତୁ ଚପଲରେ କୁମ୍ଭୀରକୁ ଘଉଡାଇବାକୁ କେବେ ଚିନ୍ତା କରିବେ ନାହିଁ। ଜଣେ ମହିଳା ଏପରି କରିଛନ୍ତି। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଇଛି ଯେ ଜଣେ ମହିଳା ନିଜ କୁକୁର ସହିତ ନଦୀ କୂଳରେ ଠିଆ ହୋଇଛନ୍ତି। ସେହି ସମୟରେ ଏକ କୁମ୍ଭୀର ତାଙ୍କ ପାଖକୁ ଆସିଛି। କିନ୍ତୁ ଏହା ପରେ ଯାହା ଘଟିଛି ତାହା ଆପଣଙ୍କୁ ଆଶ୍ଚର୍ଯ୍ୟଜନକ କରିବ।

କୁମ୍ଭୀରକୁ ଦେଖି ଦୌଡି ପଳାଇବା ପରିବର୍ତ୍ତେ ମହିଳା ଜଣକ ସେଠାରେ ଠିଆ ହୋଇ ଚପଲ କାଢିଛନ୍ତି। ଏହା ପରେ ସେ ହାତରେ ଚପଲକୁ ପିଟିବା ଆରମ୍ଭ କରିଛନ୍ତି। କୁମ୍ଭୀରଟି ମହିଳାଙ୍କ ନିକଟତର ହେବା ଆରମ୍ଭ କଲାବେଳେ ପଛକୁ ଫେରିବା ପରିବର୍ତ୍ତେ ମହିଳା ଚପଲ ସହିତ ଆଗକୁ ବଢିଛନ୍ତି। ତା’ପରେ ମହିଳା ଚପଲକୁ କୁମ୍ଭୀର ଆଡକୁ ପକାଇବାକୁ ଚେଷ୍ଟା କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ମହିଳା ଜଣକ ଏପରି କାର୍ଯ୍ୟ କରୁଥିବା ଦେଖି କୁମ୍ଭୀର ସେଠାରୁ ପଳାଇ ଯାଇଛି।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ଲୋକମାନେ ଖୁବ୍ ହସିଛନ୍ତି। ଇଣ୍ଟରନେଟରେ ଅନେକ ଲୋକ ଏହି ଭିଡିଓକୁ ନିଜ ଆକାଉଣ୍ଟରେ ସେୟାର କରିଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି, ‘ଯେତେବେଳେ ଜଣେ ମା ନିଜ ଚପଲ କାଢନ୍ତି ଏହାର ଅର୍ଥ ସମସ୍ତେ ଜାଣନ୍ତି।’ ସେହିପରି ଆଉଜଣେ ୟୁଜର ଭିଡିଓ ଦେଖିବା ପରେ ଲେଖିଛନ୍ତି, ‘କେତେଜଣ ଲୋକ ଅନୁଭବ କରିଛନ୍ତି ଯେ ମହିଳା ଜଣକ ପାଖରେ ଠିଆ ହୋଇଥିବା ଏକ ଛୋଟ କୁକୁରର ଜୀବନ ରକ୍ଷା କରିଛନ୍ତି।’ ଏହି ଭିଡିଓ ୟୁଟ୍ୟୁବରେ ୟୁରୋନ୍ୟୁଜ୍ ଦ୍ୱାରା ସେୟାର କରାଯାଇଛି।

   Related Posts