Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୟାଗଡ: ରାମ ନବମୀ ଯାତ୍ରା ହେଲା ଶେଷଯାତ୍ରା, ଗଛରେ ବାଇକ୍ ପିଟିହେବାରୁ ଚାଲିଗଲା ୩ ଜୀବନ
  • ||
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣା ; ଅଭିଯୁକ୍ତ ଗୋପାଳକୃଷ୍ଣଙ୍କୁ କ୍ରାଇମ୍‌ବ୍ରାଞ୍ଚର ଜେରା

30/01/2023 at 3:19 PM

ସୁରନ୍ଦଗଡ଼ ୩୧/୨୦- ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା କରିଥିବା ଅଭିଯୁକ୍ତ ଗୋପାଳକୃଷ୍ଣ ଦାଶକୁ ଜେରା । ସୁନ୍ଦରଗଡ଼ରେ କ୍ରାଅମ୍‌ବ୍ରାଞ୍ଚ ଜେରା କରୁଛି । କେଉଁ କାରଣରୁ ଗୋପାଳ, ନବ ଦାସଙ୍କୁ ଅତର୍କିତ ସର୍ଭିସ୍ ରିଭର୍‌ବଲରୁ ଗୁଳି ମାରିଲେ ଏନେଇ ପଚରାଉଚରା କରୁଛି ପୋଲିସ । କ୍ରାଇମ୍‌ବ୍ରାଞ୍ଚ ADG ଅରୁଣ ବୋଥ୍ରାଙ୍କ ସହିତ ଉତ୍ତରାଞ୍ଚଳ ଆଇଜି ସାମିଲ ହୋଇଛନ୍ତି । ଅଭିଯୁକ୍ତ ASI ଗୋପାଳକୃଷ୍ଣଙ୍କୁ ସୁନ୍ଦରଗଡ଼ ରିଜର୍ଭ ପୋଲିସ ଲାଇନରେ ରଖାଯାଇଛି । ତେବେ କେଉଁ ପରିସ୍ଥିତିରେ  ଅଭିଯୁକ୍ତ ଗୁଳିମାରିଥିଲା, ସେନେଇ ଏଡିଜି ଅରୁଣ ବୋଥ୍ରା ବିଭିନ୍ନ ଦିଗରୁ ପ୍ରଶ୍ନ କରୁଛନ୍ତି ।

କ୍ରାଇମ୍‌ବ୍ରାଞ୍ଚ ଅଭିଯୁକ୍ତ ଗୋପାଳକୃଷ୍ଣଙ୍କ ହ୍ୟାଣ୍ଡ ସ୍ବାବ ନିଆଯାଇଛି । ଏହା ସହିତ ସେ ପିନ୍ଧିଥିବା ଖାକି ପୋଷାକକୁ ଯାଞ୍ଚ ପାଇଁ ଜବତ କରିଛି କ୍ରାଇମବ୍ରାଂଚ । ଅଭିଯୁକ୍ତର ଫୋନ୍ କଲ୍ ଓ ଗତିବିଧି ଉପରେ ନୀରକ୍ଷଣ କରିବା ସହିତ ତଦନ୍ତ କରୁଛି ପୋଲିସ ।

ସୋମବାର ସକାଳୁ ଏକ ସ୍ୱତନ୍ତ୍ର ବିମାନରେ ଝାରସୁଗୁଡ଼ାରେ ପହଞ୍ଚିଥିଲା ମନ୍ତ୍ରୀ ନବ ଦାସଙ୍କୁ ପାର୍ଥିବ ଶରୀର । ଝାରସୁଗୁଡ଼ା ବେହେରାମାଲ କିଷାନ ଛକ ଠାରୁ ଅନ୍ତିମ ଯାତ୍ରାରେ ବାହାରିଛି ମରଶରୀର । ମନମୋହନ ଏମ. ଇ. ସ୍କୁଲ ପଡ଼ିଆରେ ଶେଷ ଦର୍ଶନ କରିଥିଲେ ସମର୍ଥକ। ଆଉ କିଛି ସମୟ ପରେ ଝାରସୁଗୁଡ଼ାର ଖେରୁଆଲ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ରବିବାର ବ୍ରଜରାଜନଗରରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଏଏସଆଇ ଗୋପାଳକୃଷ୍ଣ ଦାଶ ନିଜ ସିର୍ଭିସ୍ ରିଭର୍‌ବଲରୁ ଗୁଳି କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଝାଡସୁଗୁଡ଼ା ମେଡିକାଲ ପରେ ଏୟାରଲିଫ୍ଟ କରି ଭୁବନେଶ୍ବର ଆପୋଲୋ ହସ୍ପିଟାଲ ଅଣାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

   Related Posts