ଷ୍ଟାଡିୟମରେ ଘଟିଥାନ୍ତା ବଡ ଅଘଟଣ, ଅଳ୍ପକେ ବିପଦରୁ ବର୍ତ୍ତିଲେ ଅକ୍ଷର ପଟେଲ : ଦେଖନ୍ତୁ ଭିଡିଓ
21/08/2022 at 8:45 AM

ନୂଆଦିଲ୍ଲୀ, ୨୧|୦୮: ଭାରତ ଓ ଜିମ୍ବାଓ୍ୱେ ମଧ୍ୟରେ ଦିନିକିଆ ସିରିଜ୍ ଜାରି ରହିଛି । ଦ୍ୱିତୀୟ ମୁକାବିଲା ଶନିବାର ହରାରେରେ ଖେଳାଯାଇଥିଲା । ଏଥିରେ ଭାରତ ବିଜୟୀ ହୋଇଛି । ମ୍ୟାଚରେ ଭାରତୀୟ ବୋଲର ଆଧିପତ୍ୟ ଜାହିର କରିଥିଲେ । ଏହାମଧ୍ୟରେ ଟିମ୍ ଇଣ୍ଡିଆର ଫିଲ୍ଡିଂର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି । ଯିଏ ଏହି ଭିଡିଓ ଦେଖୁଛି ସେ କିଛି କ୍ଷଣ ପାଇଁ ଆଶ୍ଚର୍ଯ୍ୟ ହୋଇଯାଉଛି ।
କଣ ଘଟଣା
ଜିମ୍ବାଓ୍ୱେ ବ୍ୟାଟିଂ ବେଳେ ୨୮ ତମ ଓଭରରେ ବୋଲିଂ କରୁଥିଲେ ଦୀପକ ହୁଡ୍ଡା । ଓଭରରେ ଦ୍ୱିତୀୟ ବଲରେ ଜିମ୍ବାଓ୍ୱେ ବ୍ୟାଟର ରିୟାନ ବର୍ଲ ଡିପ୍ ଏକ୍ସଟ୍ରା ଦିଗରେ ଏକ ସଟ୍ ଖେଳିଥିଲେ । ଫିଲ୍ଡିଂ କରୁଥିବା ଇଶାନ କିଷନ ବଲ୍ ଧରି ତାଇରେକ୍ଟ ଥ୍ରୋ କରିଥିଲେ । କିନ୍ତୁ ବଲ୍ ଷ୍ଟମ୍ପରେ ବାଜିବା ବଦଳରେ ସଟ୍ କଭରରେ ଥିବା ଅକ୍ଷରଙ୍କ ପାଖରେ ପଡିଥିଲା । ଏହି ସମୟରେ ଅକ୍ଷର ନିଜ ମୁଣ୍ଡକୁ ରକ୍ଷା କରୁଥିବା ଦେଖିବାକୁ ମିଳିଥିଲା ।
— Richard (@Richard10719932) August 20, 2022
ସବୁଠାରୁ ବଡ କଥା ହେଲା ଯେ, ଷ୍ଟାଡିୟମରେ କୌଣସି ଅଘଟଣ ଘଟିନଥିଲା । ସେତେବେଳେ ଇଶାନ ନିଜ ଭୁଲ ବୁଝିପାରି ଥିଲେ । କିନ୍ତୁ ଅକ୍ଷରଙ୍କ ରାଗ ଚରମରେ ପହଁଚି ଯାଇଥିଲା । ଏପରିକି ଅକ୍ଷର ରାଗିଯାଇ କିଛି ଇଶାନଙ୍କୁ କହିଥିଲେ । ହେଲେ ପରେ ପରିସ୍ଥିତି ଥଣ୍ଡା ହୋଇଯାଇଥିଲେ ।
ସୂଚନାଯୋଗ୍ୟ, ଦ୍ୱିତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ଜିମ୍ବାଓ୍ୱେ ୧୬୧ ରନ୍ କରିଥିଲା । ଜବାବରେ ଭାରତ ସଞ୍ଜୁ ସାମସନ, ଶିଖର ଧାଓ୍ୱନ, ଶୁଭମନ ଗିଲଙ୍କ ବ୍ୟାଟିଂରେ ସହଜ ବିଜୟ ହାସଲ କରିନେଇଥିଲା ।