ଲୋକସଭା ନିର୍ବାଚନ ୨୦୨୪: ୪୪ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା ସିପିଆଇଏମ୍

Published By : Prameya-News7 Bureau | March 28, 2024 IST

livemint.com

ନୂଆଦିଲ୍ଲୀ: ବିଜେପି ଓ କଂଗ୍ରେସ ଭଳି ଦଳ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ଗୁରୁବାର(୨୮ ମାର୍ଚ୍ଚ)ସିପିଆଇ(ଏମ୍) ୪୪ ଜଣିଆ ପାର୍ଥୀ ତାଲିକା ଜାରି କରିଛି। ଦଳ ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ପ୍ରାର୍ଥୀଙ୍କ ତାଲିକା ଶେୟାର କରି ସୂଚନା ଦେଇଛି।

ଘୋଷଣା ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ କେରଳରେ ୧୫ ପ୍ରାର୍ଥୀ ଅଛନ୍ତି। ଏଥିରେ ବର୍ତ୍ତମାନର ସାଂସଦ ଏମ୍ ଆରିଫ୍‌ଙ୍କୁ ଅଲପ୍ପୁଝାରୁ, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ଓ ରାଜ୍ୟସଭା ସାଂସଦ ଇ କରୀମଙ୍କୁ ଦଳ ପାର୍ଥୀ କରିଛି। 

 

ସେହିପରି ପଶ୍ଚିମବଙ୍ଗ ପାଇଁ ଦଳ ୧୭ ଜଣଙ୍କ ନାଁ ଘୋଷଣା କରିଛି। ଏଥିରେ ମୁର୍ଶିଦାବାଦରୁ ଏମ୍‌ଡି ସଲିମଙ୍କ ନାଁ ବି ରହିଛି। ତାମିଲନାଡୁରୁ ୨ ଜଣ ପ୍ରାର୍ଥୀ- ବର୍ତ୍ତମାନ ସାଂସଦ ଏସ୍ ଭେଙ୍କେଟସନଙ୍କୁ ମଦୁରାଇୁ ଓ ଆର୍ ସଚିଦାନନ୍ଦମଙ୍କୁ ଡିଣ୍ଡିଗୁଲଙ୍କୁ ପ୍ରାର୍ଥୀ କରିଛି ଦଳ। ଅନ୍ୟପଟେ ବିହାର, ଝଡ଼ଖଣ୍ଡ, ଆଶାମ, କର୍ଣ୍ଣାଟକ, ଆଣ୍ଡାମାନ ଓ ନିକୋବାର ଦ୍ୱୀପପୁଞ୍ଜ, ପଞ୍ଜାବ, ରାଜସ୍ଥାନ, ତେଲେଙ୍ଗାନା ଓ ତ୍ରିପୁରାରୁ ଜଣେ ଲେଖାଏ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.