କରୋନା ଯୋଗୁଁ ସାରା ଦୁନିଆରେ ୭୦ ଲକ୍ଷରୁ ଅଧିକ ମୃତ୍ୟୁ, ‘ହୁ’ କହିଲା-ଚଳିତ ବର୍ଷ ସାଧାରଣ ଫ୍ଲୁ ହୋଇଯିବ ମହାମାରୀ
18/03/2023 at 10:31 PM

ନୂଆଦିଲ୍ଲୀ: କରୋନା ମହାମାରୀ ଚଳିତ ବର୍ଷ ଆଉ ମହାମାରୀ ହୋଇ ରହିବ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ଧୀରେଧୀରେ ଏହାର ବିପଦ ସାଧାରଣ ଫ୍ଲୁ ପରି ହୋଇଯିବ । କୋଭିଡ-୧୯ ଯୋଗୁଁ ସାରା ଦୁନିଆରେ ବର୍ତ୍ତମାନ ସୁଦ୍ଧା ୭୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।
ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଟେଡ୍ରୋସ ଘେବ୍ରେସିୟସ ଜେନେଭାରେ ସମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୋର ବିଶ୍ୱାସ ଚିଳତ ବର୍ଷ ଅନ୍ତରାଷ୍ଟ୍ରୀୟ ଚିନ୍ତା ସ୍ୱାସ୍ଥ୍ୟ ଜରୁରୀ ସ୍ଥିତି ରୂପେ କରୋନା ଶେଷ ହୋଇପାରେ । ଆମs ବର୍ତ୍ତମାନ ଏପରି ସ୍ଥିତିରେ ପହଞ୍ଚି ସାରିଛୁ, ଯେଉଁଠି ଆମେ କୋଭିଡ-୧୯କୁ ଏକ ସାଧାରଣ ଫ୍ଲୁ ରୂପେ ଦେଖିପାରିବା’ । ସେ କହିଛନ୍ତି ଯେ କରୋନା ମଣିଷର ସ୍ୱାସ୍ଥ୍ୟ ପାଇଁ ବିପଦ ହୋଇ ହିଁ ରହିବ ।
ଟେଡ୍ରୋସ କହିଛନ୍ତି ଯେ ଭାଇରସ ଅଧିକ ସଂକ୍ରମିତ ହୋଇପାରେ, କିନ୍ତୁ ଗୁରୁତର ରୋଗର କାରଣ ହେବ ନାହିଁ । ୨୦୨୦ ମାର୍ଚ୍ଚ ୧୧ରେ କରୋନାରୁ ବିଶ୍ୱ ମହାମାରୀ ରୂପେ ଘୋଷଣା କରାଯାଇଥିଲା । ତେବେ ଭାରତରେ କରୋନା ଭାଇରସର ଦୈନିକ ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନାର ୮୪୩ ନୂଆ ମାମଲା ଚିହ୍ନଟ କରାଯାଇଛି । ୧୨୬ ଦିନ ପରେ ଗୋଟିଏ ଦିନରେ ୮୦୦ରୁ ଅଧିକ କେସ୍ ଚିହ୍ନଟ ହୋଇଛି ।