ମୁମ୍ବାଇ ୧୪।୮: ମହାରାଷ୍ଟ୍ରର ବୁଲଢାଣାରେ ବର୍ଷେ ପୂର୍ବରୁ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡାଦଶ ଦିଆଯାଇଥିଲା । ଗୁରୁବାର ଦିନ ବୁଲଢାଣାର ସ୍ବତନ୍ତ୍ର ଜିଲ୍ଲା କୋର୍ଟ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି । କୋର୍ଟଙ୍କ ନିଷ୍ପତ୍ତି ପରେ ଚିଖଲି ପୋଲିସ ଷ୍ଟେସନର କର୍ମଚାରୀମାନେ ପୁରା ପୋଲିସ ଷ୍ଟେସନକୁ ବଧୂ ବେଶରେ ସଜାଇ ଥିଲେ ଏବଂ ବାଣ ମଧ୍ୟ ଫୁଟାଇଥିଲେ ।
{"id":314380,"width":561,"height":453,"sizeSlug":"large"}୨୦୧୯ ମସିହା ୨୬ ଅପ୍ରେଲ ରାତିରେ ଚିଖାଲି ସହରରେ ଦୁଇଜଣ ଯୁବକ ୯ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । ନାବାଳିକା ଜଣଙ୍କ ତାଙ୍କ ବାପା-ମାଙ୍କ ସହିତ ଶୋଇଥିବା ବେଳେ ଦୁଇ ଯୁବକ ତାଙ୍କୁ ଉଠାଇନେଇଥିଲେ । ଦୁଇ ଯୁବକ ନାବାଳିକାଙ୍କୁ ସହରର ଏକ ନିର୍ଜନ ସ୍ଥାନକୁ ନେଇ ସେଠାରେ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏହି ଜଘନ୍ୟ ଘଟଣା ଯୋଗୁଁ ସାରା ଜିଲ୍ଲାରେ ଉତ୍ତେଜନା ଦେଖାଦେଇଥିଲା । ଲୋକମାନେ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରିବା ପାଇଁ ଦାବି କରିଥିଲେ । ଏହି ଘଟଣା ପରେ ନାବାଳିକାଙ୍କ ଚିକିତ୍ସା କରିଥିବା ମହିଳାକର୍ମୀ କହିଥିଲେ ଯେ ଝିଅଟିର ଦୁଇଟି ବଡ ଅପରେସନ୍ ହୋଇଛି । ଚିଚାଲି ପୋଲିସର ସମସ୍ତ କର୍ମଚାରୀ ଏହି ପୀଡିତ ପରିବାରକୁ ସମ୍ଭାବ୍ୟ ସାହାଯ୍ୟ କରିଥିଲେ । ପୀଡିତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ସାଗର ବିଶ୍ବନାଥ ବୋରକର ଏବଂ ନିଖିଲ ଶିବାଜୀ ଗୋଲିତଙ୍କ ବିରୋଧରେ ଦୁଷ୍କର୍ମ, ପକ୍ସୋ ଏବଂ ଅତ୍ୟାଚାର ମାମଲାରେ ଏକ ମାମଲା ରୁଜୁ ହୋଇଥିଲା ଯାହା ପରେ କୋର୍ଟରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା ଏବଂ ଏକ ବର୍ଷ ପରେ ଉଭୟ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି ।
{"id":314381,"sizeSlug":"large"}କୋର୍ଟର ରାୟ ଆସିବା ମାତ୍ରେ ଚିଖାଲି ପୋଲିସ ଷ୍ଟେସନ କର୍ମଚାରୀମାନେ ବଧୂ ଭଳି ପୋଲିସ ଷ୍ଟେସନକୁ ସଜାଇବା ସହ ବାଣ ଫୁଟାଇଥିଲ । ଚିଖାଲି ପୋଲିସ ଷ୍ଟେସନ ହେଉଛି ପ୍ରଥମ ପୋଲିସ ଷ୍ଟେସନ ଯେଉଁଠାରେ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହେବା ପରେ ଏଭଳି ଉତ୍ସବମୁଖର ହୋଇଉଠିଥିଲା ।