oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ସ୍ତ୍ରୀକୁ କିରୋସିନ୍‌ ଢାଳି ପୋଡ଼ି ମାରିଥିଲା ସ୍ୱାମୀ, ଆଜୀବନ କାରାଦଣ୍ଡ ସଜା ଶୁଣାଇଲେ କୋର୍ଟ  

18/07/2022 at 6:43 PM

କେନ୍ଦ୍ରାପଡ଼ା, ୧୮/୦୭: ଯୌତୁକ ପାଇଁ ନିଜ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୁକ୍ତ ସ୍ବାମୀକୁ ଆଜୀବନ କାରାଦଣ୍ଡାଦେଶ l ଦଣ୍ଡାଦେଶ ଶୁଣାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ଓ ଦୌରା ଜଜ କୋର୍ଟ l ୨୦୧୨ ମସିହା ଫେବୃଆରୀ ୨୫ ତାରିଖ ଦିନ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ କଳାଡ଼ିହ ଗାଁର ବ୍ରଜ କିଶୋର ଦାସ ତାଙ୍କ ସ୍ତ୍ରୀ ରଞ୍ଜିତାଙ୍କୁ କିରୋସିନ୍ ଢାଳି ପୋଡି ଦେଇଥିବା ଅଭିଯୋଗ ହୋଇଥିଲା l

ରଞ୍ଜିତାଙ୍କ ଭାଇ ପ୍ରଶାନ୍ତ ଦାସ ଏ ନେଇ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ପରେ ଚିକିତ୍ସାଧିନ ଅବସ୍ଥାରେ ରଞ୍ଜିତାଙ୍କର ମୃତ୍ୟୁ ହୋଇଯାଇଥିଲା l ଏହି ଘଟଣାରେ ପୋଲିସ ଅଭିଯୁକ୍ତ ବ୍ରଜକିଶୋରଙ୍କ ସମେତ ତାର ଦୁଇ ସମ୍ପର୍କୀୟ ସରୋଜ ଦାସ ଓ ଖୁଲଣା ଦାସଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା l ମାମଲାର ବିଚାର କରି ଅଭିଯୁକ୍ତ ସ୍ଵାମୀ ବ୍ରଜକିଶୋରକୁ ଜିଲ୍ଲା ଓ ଦୌରା ଜଜ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l

ଏହା ସହିତ ଅଭିଯୁକ୍ତକୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି l ଜରିମାନା ଅନାଦେୟ ଅଧିକ ୬ ମାସ କାରାବାସ ପାଇଁ ନିର୍ଦ୍ଦେଶ ରହିଛି l ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ସରୋଜ ଦାସ ଓ ଖୁଲଣା ଦାସଙ୍କୁ ନିର୍ଦ୍ଦେଶରେ ଖଲାସ କରାଯାଇ ଥିବା ସରକାରୀ ଓକିଲ ମାନସ ରଞ୍ଜନ ବେହେରା ସୂଚନା ଦେଇଛନ୍ତି l

   Related Posts