ଭୁବନେଶ୍ବରରେ ପାରିବାରିକ କଳହରୁ କିରୋସିନି ଢାଳି ଦମ୍ପତ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ ; ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
19/01/2019 at 10:29 AM

ଭୁବନେଶ୍ବର ୧୯|୧: ଭୁବନେଶ୍ବର କପିଳେଶ୍ବର କେନାଲ ବନ୍ଧରେ ଅଭାବନୀୟ ଘଟଣା ଘଟିଛି । ପୋଡ଼ି ହୋଇ ଗୋଟିଏ ପରିବାରର ତିନି ଜଣ ଗୁରୁତର ହୋଇଛନ୍ତି । ଦେହରେ କିରାସିନି ଢାଳି ହୋଇ ନିଆଁ ଲଗାଇ ବାପା-ମା ଓ ୩ ବର୍ଷର ଶିଶୁ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପାରିବାରିକ କଳହରୁ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି ।
ଆଜି ଭୋରରେ ଘର ଭିତରେ ନିଆଁ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲା। ତେବେ କେଉଁଭଳି ପରିସ୍ଥିତିରେ ଏଭଳି ଅଭାବନୀୟ ଘଟଣା ଘଟିଲା ଏବଂ ଏମାନେ ପରସ୍ପର ଉପରେ କିରାସିନି ଢାଳି ନିଆଁ ଲଗାଇଥିଲେ ନା ଆଉ କିଛି ଘଟିଥିଲା, ତାହା ସ୍ପଷ୍ଟ ହୋଇନାହିଁ।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023