ଡିସେମ୍ବର ୪ରେ ସର୍ବଦଳୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଦେଶରେ କରୋନା ସ୍ଥିତିକୁ ନେଇ ହେବ ଆଲୋଚନା

Published By : Prameya-News7 Bureau | November 30, 2020 IST

ନୂଆଦିଲ୍ଲୀ ୩୦/୧୧ : ସାରା ବିଶ୍ବରେ କରୋନା ମହାମାରୀ ଲାଗାତାର ଭାବେ ବଢିବାରେ ଲାଗିଛି । ଭାରତରେ ଏହାର ପ୍ରଭାବ ଦିନକୁ ଦିନ କମିବାରେ ଲାଗିଛି ସତ କିନ୍ତୁ ସମ୍ପୂର୍ଣ୍ଣ ଭାବେ କମିନାହିଁ । ଦେଶରେ ରବିବାର ତୁଳନାରେ ସୋମବାର କମ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରବିବାର ଦିନ ୪୧ ହଜାର ୮୧୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିଭଳି ସୋମବାର ଦିନ ୩୮ ହଜାର ୭୭୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୩ ଜଣଙ୍କର ମୃତ୍ୟୁ ଘଟିଛି । ଭାରତରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୯୪ ଲକ୍ଷ ପାର କରିସାରିଲାଣି । ସେହିଭଳି ବିଶ୍ବରେ କରୋନା ସଂକ୍ରମିତଙ୍କ ସଂଖ୍ୟା​‌ ୬ କୋଟି ୩୦ ଲକ୍ଷ ୭୨ ହଜାର ୪୭୫ରେ ପହଞ୍ଚିଛି । ମହାମାରୀରେ ସାରା ବିଶ୍ବରେ ୧୪ ଲକ୍ଷ ୬୫ ହଜାର ୧୮୧ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ସେହିଭଳି ମୋଟ ୪ କୋଟି ୩୫ ଲକ୍ଷ ୪୫ ହଜାର ୮୨୯ ଜଣ ସୁସ୍ଥ ହୋଇସାରିଲେଣି ।

ତେବେ ଦେଶରେ କରୋନା ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିପାଇଁ ଡିସେମ୍ବର ୪ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ । ଏହି ବୈଠକରେ ଦେଶରେ କରୋନା ମହାମାରୀର ସ୍ଥିତି ବିଷୟରେ ସମୀକ୍ଷା କରାଯିବ । ତେବେ ଦେଶରେ କରୋନା ଗ୍ରାଫ୍ ଦିନକୁ ଦିକ ଖସୁଛି । ତେବେ ଏହାକୁ ନେଇ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିପାରନ୍ତି ପ୍ରଧାନମନ୍ତ୍ରୀ । ଦେଶରେ ଏବେ ବି ଅନେକ ସେକ୍ଟର ବନ୍ଦ ରହିଛି । ଅନେକ ଧର୍ମାନୁଷ୍ଠାନ ମଧ୍ୟ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇନାହିଁ । ଏବେ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ ଏବଂ କଲେଜ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇପାରେ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି, ଦିଲ୍ଲୀରେ RT-PCR ଟେଷ୍ଟ୍ କମ କରିବା ପାଇଁ ନିର୍ଦେଶ ଦିଆଯାଇଛି । ସରାକାରୀ ହସ୍ପିଟାଲଗୁଡିକରେ କୋଭିଡ୍ ଟେଷ୍ଟ୍ ମାଗଣାରେ କରାଇବାକୁ ନିର୍ଦେଶ ଦିଆଯାଇଛି । ଏହା ଦ୍ବାରା ଲ୍ୟାବ୍ ମାନଙ୍କରେ ଟେଷ୍ଟ୍ କରୁଥିବା ଲୋକମାନେ ସୁବିଧା ପାଇପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.