କିପରି ମାଙ୍କଡ ଉପରେ କୋଭିଡ-୧୯ ଭାକସିନର ପରୀକ୍ଷଣ କଲା ଚୀନ ? କ'ଣ ଆସିଲା ରେଜଲ୍ଟ୍ ?

Published By : Prameya-News7 Bureau | May 08, 2020 IST

ବେଜିଂ, ୦୮|୦୫: ସାରା ବିଶ୍ୱରେ କରୋନା ଭାଇରସ ଆତଙ୍କ ଜାରି ରହିଛି । ଏବେସୁଦ୍ଧା ୩୮ ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ବେଳେ ୨ଲକ୍ଷ ୭୦ ହଜାରରୁ ଅଧିକ ପ୍ରାଣ ହରାଇଛନ୍ତି ।  ଏବେ ଚୀନରେ ଗୋଟିଏ ନୁହେଁ ବରଂ ଚାରୋଟି ଭାକସିନକୁ କ୍ଲିନିକାଲ୍ ଟେଷ୍ଟ୍ କରାଯାଉଛି । ଏହା ମଧ୍ୟରୁ ଗୋଟିଏ ଭାକସିନର କ୍ଲିନିକାଲ୍ ଟେଷ୍ଟ୍ ଦ୍ୱିତୀୟ ପର୍ଯ୍ୟାୟରେ ରହିଛି । ତେବେ ଚୀନରୁ ଆସିଥିବା ଏହି ଖବର କରୋନା ମୁକାବିଲାରେ ଏକ ନୂଆ ଆଶା ସୃଷ୍ଟି କରିଛି ।

କିପରି ହେଲା ମାଙ୍କଡ ଉପରେ ସଫଳ ପରୀକ୍ଷଣ

ପିକୋଭାକ୍ ନାମକ ଏକ ଭାକସିନକୁ ପ୍ରଥମେ ପଶୁଙ୍କ ଉପରେ ପ୍ରୟୋଗ କରାଯାଇଛି । ଏନେଇ ସିଜିଟିଏନର ରିପୋର୍ଟରେ ପ୍ରକାଶିତ ହୋଇଛି । ରିପୋର୍ଟ ଅନୁସାରେ, ଏହି ପରୀକ୍ଷଣରେ ଶରୀରରେ ଏକ ନିଷ୍କ୍ରିୟ ଭାଇରସକୁ ପ୍ରବେଶ କରାଯାଏ । ଏହା ଶରୀରର ଇମ୍ୟୁନ୍ ସିଷ୍ଟମ ଜରିଆରେ ଆଣ୍ଟିବଡିଜରେ ବିକଶିତ ହୋଇଥାଏ । ଏପରି କରିବା ଦ୍ୱାରା ଏହି ନୂଆ ନିଷ୍କ୍ରିୟ ଭାଇରସ ପୂର୍ବରୁ ଥିବା ଭାଇରସକୁ ମାରିଦେଇଥାଏ ।

ଏହି ପ୍ରକ୍ରିୟାରେ ବୈଜ୍ଞାନିକମାନେ ଭାକସିନକୁ ମାଙ୍କଡ ଶରୀରରେ ପ୍ରୟୋଗ କରିଥିଲେ । ଏହା ଭାରତୀୟ ମୂଳ ରିସସ୍ ମେକ୍କେକୀ ପ୍ରଜାତିର । ଭାକସିନ୍ ଦେବାର ତିନି ସପ୍ତାହ ପରେ ଏହା ମାଙ୍କଡକୁ କରୋନା ଭାଇରସ ଦ୍ୱାରା ସଂକ୍ରମିତ କରିବା ପାଇଁ ଚେଷ୍ଟା କରାଯାଇଥିଲା ।

ଯେଉଁମାଙ୍କଡଙ୍କୁ ସବୁଠାରୁ ଅଧିକ ଡୋଜ୍ ଦିଆଯାଇଥିଲା, ସେମାନଙ୍କଠାରେ କରୋନା ଭାଇରସ ଚିହ୍ନଟ ହେଲା ନାହିଁ । ଅର୍ଥାତ ଭାକସିନ୍ ସଫଳ ସାବ୍ୟସ୍ତ ହୋଇଥିଲା । ଅନ୍ୟ ଯେଉଁ ମାଙ୍କଡଙ୍କୁ ପିକୋଭାକ୍ ଭାକସିନ୍ ଦିଆଯାଇ ନଥିଲେ ସେମାନେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେମାନଙ୍କଠାରେ ନିମୋନିଆର ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଥିଲା ।

ଏହାର କ୍ଲିନିକାଲ ଟେଷ୍ଟ୍ ଏପ୍ରିଲ ୧୫ରୁ ଆରମ୍ଭ ହୋଇସାରିଛି ।  ମାଙ୍କଡଙ୍କ ଉପରେ ସଫଳ ପରୀକ୍ଷଣ ହେବା ପରେ ଏହି ଭାକସିନ୍ କରୋନା ମୁକାବିଲାରେ ସଫଳ ହେବ ବୋଲି ଆଶା କରାଯାଉଛି । ଏହି ଭାକସିନକୁ ଆନିମଲ୍ ସାଇନସ୍  ଲ୍ୟାବର ନିର୍ଦ୍ଦେଶ କିନ୍ ଚୁଆନଙ୍କ ନେତୃତ୍ୱରେ ଏକ ଟିମ୍ ପ୍ରସ୍ତୁତ କରିଛି । ଏଥିରେ ମେଡିକାଲ୍ ସାିନସ୍, ଚୀନ ଏକାଡେମୀ ଓ ପୋର୍କିଂ ୟୁନିଅନର କର୍ମଚାରୀ ମଧ୍ୟ ସାମିଲ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.