ଯାଜପୁରରେ ଚିହ୍ନଟ ୧୪ ଜଣ ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୩ ଛୋଟ ପିଲା

Published By : Prameya-News7 Bureau | April 30, 2020 IST

ଭୁବନେଶ୍ବର ୩୦।୦୪: ରାଜ୍ୟରେ ଥମିବାର ନାଁ ନେଉନି କରୋନା । ରାଜ୍ୟରେ ଆଜି ପୁଣି ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି । ସଂପୃକ୍ତ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଏହି ସମସ୍ତ କରୋନା ପଜିଟିଭ୍ ଯାଜପୁର ଦଶରଥପୁର ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି। ୧୪ ଜଣଙ୍କୁ ମିଶାଇ ଯାଜପୁରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬କୁ ଛୁଇଁଛି।

wp:core-embed/twitter {"url":"https://twitter.com/IPR_Odisha/status/1255823171782995970?s=20","type":"rich","providerNameSlug":"twitter","className":""}
https://twitter.com/IPR_Odisha/status/1255823171782995970?s=20
/wp:core-embed/twitter

ଗୁରୁବାରରେ ଯାଜପୁର ଦଶରଥପୁର ବ୍ଲକ ଅଞ୍ଚଳରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ୮ ଜଣ ପୁରୁଷ ଥିବା ବେଳେ ୬ ଜଣ ମହିଳା ଅଛନ୍ତି। ସେମାନଙ୍କ ବୟସ ଯଥାକ୍ରମେ, ୨୯ ବର୍ଷୀୟ ଯୁବକ, ୩୮ ବର୍ଷୀୟ ଯୁବକ, ୩୫ ବର୍ଷୀୟ ଯୁବକ, ୪୦ ବର୍ଷୀୟ ମହିଳା, ୨୯ ବର୍ଷୀୟ ପୁରୁଷ, ୨୦ ବର୍ଷୀୟ ଯୁବତୀ, ୮୫ ବର୍ଷୀୟ ବୃଦ୍ଧା, ୩ ବର୍ଷର ଶିଶୁ, ୩୪ ବର୍ଷର ଯୁବକ, ୩ ବର୍ଷର ଛୋଟ ପୁଅ, ୩୬ ବର୍ଷୀୟ ମହିଳା, ୧୨ ବର୍ଷର ଛୋଟ ପୁଅ, ୫୨ ବର୍ଷୀୟ ମହିଳା ଏବଂ ୬୨ ବର୍ଷୀୟ ଯୁବକ । ଏହି ସମସ୍ତ ସଂକ୍ରମିତ ଯାଜପୁର ଦଶରଥପୁର ଅଞ୍ଚଳର ବୋଲି ଜଣାପଡିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.