ଭଦ୍ରକରେ ଚିତ୍ରକଳା ମାଧ୍ୟମରେ କରୋନା ପାଇଁ ସଚେତନତା
30/04/2020 at 11:28 AM

ଭଦ୍ରକ ୩୦।୦୪: ଦେଶରେ କରୋନା ସ୍ଥିତି ସଙ୍ଗୀନ ରହିଛି । ତେବ ଏହି ଭଳି ସ୍ଥିତିରେ କରୋନା ମହାମାରୀ ପାଇଁ ଏବେ ସବୁଠି ସଚେତନତା ସୃଷ୍ଟି କରାଯାଉଛି । ଗାଁ ରୁ ସହର , ଛୋଟ ପିଲା ଙ୍କ ଠାରୁ ବୃଦ୍ଧ ବୃଦ୍ଧା , ପ୍ରାୟ ସମସ୍ତ ସାମାଜିକ ସଂଗଠନ ଏବେ ସଚେତନତା ସୃଷ୍ଟି କରୁଛନ୍ତି ।

ଏମିତି ସମୟ ରେ ଭଦ୍ରକ ଆରଡ଼ି ରାସ୍ତା ରେ ଥିବା ଅସୁରାଳି ଠାରେ ଅସୁରାଳି ବଜାର ବଣିକ ସଂଘ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଛି । ରାସ୍ତା ରେ ଯାଉଥିବା ଲୋକଙ୍କୁ ସଚେତନ କରୁଛି ବଣିକ ସଂଘ ।

ଯେଉଁ ମାନେ ମାସ୍କ ବ୍ୟବହାର କରୁନାହାନ୍ତି ସେମାନଙ୍କୁ ମାସ୍କ ବଣ୍ଟନ କରୁଛନ୍ତି । ହେଲମେଟ ବ୍ୟବହାର କରୁନଥିବା ଲୋକଙ୍କୁ ମଧ୍ୟ ସଚେତନ କରୁଛନ୍ତି । ଧାମନଗର ବ୍ଲକ ଅଧକ୍ଷ ଅଶୋକ ନାୟକ ଓ ଅତିରିକ୍ତ ତହସିଲଦାର ଅଭିପ୍ସା ପଟନାୟକ ଏହି ସଚେତନତା କାର୍ଯ୍ୟକ୍ରମ ବେଳେ ଉପସ୍ଥିତ ଥିଲେ ।
