ବଜାରରେ Corona ଭୟ, ନିବେଶକଙ୍କର ବୁଡିଲା ୪ଲକ୍ଷ କୋଟି ଟଙ୍କା

Published By : Prameya-News7 Bureau | February 28, 2020 IST

ମୁମ୍ବାଇ ୨୮।୨:  ସେୟାର ବଜାର ଶୁକ୍ରବାର ଖୋଲିବା ମାତ୍ରେ ନିବେଶକଙ୍କ ୪ ଲକ୍ଷ କୋଟି ଟଙ୍କା ଡୁବି ଯାଇଛି। କରୋନା ଭାଇରସ ମହାମାରୀ ରୂପ ଧାରଣ କରିଥିବା ବେଳେ ବୈଶ୍ୱିକ ଅଭିବୃଦ୍ଧି ପ୍ରଭାବିତ କରିବାର ଆଶଙ୍କାରେ ସକାଳେ ଭାରତୀୟ ବଜାର ଖୋଲିବା ମାତ୍ରେ ତଳମୁହାଁ ହେବାରେ ଲାଗିଥିଲା। ଫଳରେ ବଜାର ଖୋଲିବା ମାତ୍ରେ ନିବେଶକଙ୍କ ୪ଲକ୍ଷ କୋଟି ଟଙ୍କା କ୍ଷତିହୋଇଛି।

{"id":230477,"sizeSlug":"large"}

ଶୁକ୍ରବାର ସେନସେକ୍ସ ୧,୦୮୩.୮୫ ପଏଣ୍ଟ ହ୍ରାସ ସହ ୩୮,୬୬୧.୮୧କୁ ଆସିଯାଇଥିଲା। ସେପଟେ ନିଫ୍ଟିରେ ୩୨୧.୪୦ ପଏଣ୍ଟ ହ୍ରାସ ରେକର୍ଡ ହୋଇଥିଲା। ଫଳରେ ନିଫ୍ଟି ୧୧,୩୧୧.୯୦ରେ ପହଞ୍ଚି ଯାଇଥିଲା। କେବଳ ଭାରତ ନୁହେଁ କରୋନା ଡର ଏବେ ସମଗ୍ର ବିଶ୍ୱକୁ ଗ୍ରାସିଛି। ବିଶ୍ୱର ସବୁ ସେୟାର ବଜାରରେ ଏବେ ହ୍ରାସ ଦେଖଦେଇଥିବା ବେଳେ ନିବେଶକଙ୍କୁ ନିରାଶ କରିଛି।  ଶୁକ୍ରବାରର ପରିସ୍ଥିତି ଗତ ୪ ବର୍ଷରେ କେବେବି ଭାରତୀୟ ବଜାର ଦେଖିନଥିଲା। ସପ୍ତାହକ ମଧ୍ୟରେ ସେନସେକ୍ସ ଓ ନିଫ୍ଟିରେ ୬ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଛି।

{"id":230478,"sizeSlug":"large"}

ଏବେ ନିବେଶକ ଗତ ଡିସେମ୍ବରରେ ଶେଷ ହୋଇଥିବା ତ୍ରୈମାସିକର ଗ୍ରୋଥ ଡାଟାକୁ ଅପେକ୍ଷା କରିଛନ୍ତି। ଏଥିରୁ ଏସିଆର ତୃତୀୟ ବୃହତ୍ତ ଅର୍ଥବ୍ୟବସ୍ଥାର ସ୍ଥିତି କ'ଣ ଥିଲା ତାହା ଜଣାପଡିଯିବ।  ଗତସପ୍ତାହର କାରବାରକୁ ଦେଖି ବିଶେଷଜ୍ଞମାନେ ଅର୍ଥବ୍ୟବସ୍ଥା ଉପରେ କରୋନାର ସେପରି ପ୍ରଭାବ ପଡିବନି ବୋଲି ଆଶା କରୁଥିଲେ। ହେଲେ ଏବେ ନୂଆ ନୂଆ ଅଭିଯୋଗ ସମ୍ମୁଖକୁ ଆସିବା ପରେ ପରିସ୍ଥିତିରେ ପରିବର୍ତ୍ତନ ଦେଖା ଦେଇଛି। ଏବେ ଭୂତାଣୁ ସଂକ୍ରମଣ ଯୋଗୁ ଅର୍ଥନୀତି ମାନ୍ଦା ଆଡକୁ ଗତିକରିବାର ଆଶଙ୍କା କରାଗଲାଣି।

{"id":230479,"sizeSlug":"large"}
Stock trader tearing out his hair from despair rear view

ଡିସେମ୍ବରରେ ଶେଷ ହୋଇଥିବା ତ୍ରୈମାସିକରେ ଭାରତୀୟ ଅର୍ଥ ବ୍ୟବସ୍ଥା ୪.୭ ହାରରେ ଅଭିବୃଦ୍ଧି ହାସଲ କରୁଥିଲା। ତେବେ ସେପ୍ଟେମ୍ବରରେ ଶେଷ ହୋଇଥିବା ତ୍ରୈମାସିକର ଫଳାଫଳଗତ ୬ ବର୍ଷର ସବୁଠୁ ଧିମା ଥିଲା। ଏଣୁ ଏବେ ଚୀନର କରୋନା ଭାରତର ଅର୍ଥ ବ୍ୟବସ୍ଥାକୁ ଦୋହଲାଇ ଦେବାର ଆଶଙ୍କା କରାଗଲାଣି। ଏଥିରୁ ଚୀନ ସହ ଭାରତର କାରବାରର ପରିମାଣ ଏବେ କେବଳ ଅନୁମାନ କରାଯାଇପାରେ। ଚୀନରୁ ଅନେକ ଦ୍ରବ୍ୟ ଭାରତ ଆମଦାନୀ କରୁଥିଲା। ଯାହବା ପ୍ରଭାବିତ ହେବା ଦେଶର ସବୁ କ୍ଷେତ୍ରକୁ ପ୍ରଭାବିତ କରିବାର ଆଶଙ୍କା କରାଯାଉଛି। କରୋନା ଯୋଗୁ ଗତ ଗୁରୁବାର ସାଉଥ କୋରିଆରୁ ଆରମ୍ଭ କରି ଜାପାନ ପର୍ଯ୍ୟନ୍ତ ସେୟାର ବଜାରରେ ହ୍ରାସ ଉପୁଜିଥିଲା। ଯାହାର ପ୍ରଭାବ ଆଜି ଭାରତ ବଜାରରେ ବି ପଡିଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.