ପୋଲିସ୍ ଏବଂ ଜୁଆଡିଙ୍କ ଅଡିଓ କଲ ଭାଇରାଲ ଘଟଣା: ଏସ୍‌ପିଙ୍କ ନିର୍ଦ୍ଦେଶ ପରେ କନଷ୍ଟେବଳ ନିଲମ୍ବିତ

Published By : Prameya-News7 Bureau | December 04, 2020 IST

ଘଟଗାଁ୪/୧୨: ପୋଲିସ୍ ଏବଂ ଜୁଆଡିଙ୍କ ଅଡିଓ କଲ ଭାଇରାଲ ଘଟଣାରେ କନେଷ୍ଟବଳ ନିଲମ୍ବିତ। ଜୁଆ ଆଡ୍ଡା ଖେଳ ପାଇଁ ଅନୁମତି ଦେବାକୁ ମାସିକ ବଟି ଆଦାୟ କରୁଥିଲେ କନଷ୍ଟେବଳ। ଅଡିଓ କଲ ଭାଇରାଲ ପରେ ସଂପୃକ୍ତ ପୋଲିସ୍‌ ବିରୋଧରେ କେନ୍ଦୁଝର ଏସ୍‌ପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ସୂଚନାଥାଉକି ହରିଚନ୍ଦନପୁର ଥାନା ଅଞ୍ଚଳରେ ଜୁଆଖେଳ ହେଉଥିବା ଏବଂ ପୁଲିସ ଜୁଆଡିଙ୍କ ନିବିଡ ସମ୍ପର୍କର ବାର୍ତ୍ତାଳାପ ଅଡିଓ ଭାଇରାଲ ଘଟଣାରେ ଗୁରୁବାର ଏସ୍‌ପି ମିତ୍ରଭାନୁ ମହାପାତ୍ର ସମ୍ପୃକ୍ତ ଥାନାର ଅଧିକାରୀଙ୍କୁ କଡା ଭର୍ସନା କରାଯାଇଥିଲା। ନମୋସେନା ପକ୍ଷରୁ ଏଥିନେଇ ଅଭିଯୋଗ ହେବା ପରେ ଏସ୍‌ପି ଘଟଣାକୁ ବେଶ୍‌ ଗମ୍ଭୀରତାର ସହିତ ନେଇ ଏହାର ତଦନ୍ତ କରିବାକୁ ପୁଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଚର୍ଚ୍ଚାର ବିଷୟ ହୋଇଥିଲା। ଉକ୍ତ ଭାଇରାଲ ଅଡିଓରେ ପୁଲିସ କର୍ମଚାରୀ ଜଡିତ ରହିଥିଲେ, ତଦନ୍ତ ପରେ ସଂପୃକ୍ତ କନଷ୍ଟେବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.