ନ୍ୟାସନାଲ ହେରାଲ୍ଡ: ଇଡିର ସମନକୁ ନେଇ ରବିବାର ଦେଶବ୍ୟାପୀ ସାମ୍ବାଦିକ ସମ୍ମିଳନୀ କରିବ କଂଗ୍ରେସ

Published By : Prameya-News7 Bureau | June 11, 2022 IST

ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ସମନକୁ ନେଇ ପୁଣି ଥରେ ରାଜନୀତି ଆରମ୍ଭ ହୋଇ ଯାଇଛି । ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ଦ୍ୱାରା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ସମନ ପ୍ରସଙ୍ଗରେ ରବିବାର କଂଗ୍ରେସ ଦେଶବ୍ୟାପୀ ସାମ୍ବାଦିକ ସମ୍ମିଳନୀ କରିବ ।

କଂଗ୍ରେସ କହିଛି, ରାହୁଲ ଗାନ୍ଧୀ ସମନର ପାଳନ କରିବେ ଏବଂ ନ୍ୟାସନାଲ ହେରାଲ୍ଡ କେସରେ ଇଡି କାର୍ଯ୍ୟାଳୟରେ ହାଜର ହେବେ । ଏହି ଘଟଣାକୁ କଂଗ୍ରେସ ଏକ ଶକ୍ତି ପ୍ରଦର୍ଶନ ଭାବେ ଦେଖାଇବାକୁ ଉଦ୍ୟମ କରୁଛି । ଏଥିପାଇଁ ଜାତୀୟସ୍ତରର ସମସ୍ତ ନେତାଙ୍କୁ ଜୁନ ୧୩ରେ ଦିଲ୍ଲୀରେ ରହିବାକୁ ଆଦେଶ ଦିଆଯାଇଛି । ଏହି ଦିନ କଂଗ୍ରେସ ମୋଦୀ ସରକାରଙ୍କ ବିରୋଧରେ ବଡ ଧରଣର ପ୍ରଦର୍ଶନ କରିପାରେ ।

କଂଗ୍ରେସ ନେତା କହିଛନ୍ତି ବିଜେପି ରାଜନୈତିକ ଅଭିସନ୍ଧିମୂଳକ ଜାତୀୟ ଏଜେନ୍ସିର ଦୁରୁପଯୋଗ କରୁଛି । ଇଡିକୁ ପଛରେ ଲଗାଇ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କୁ ଡରାଇବାକୁ ଉଦ୍ୟମ କରୁଛି । ରାହୁଲ ଗାନ୍ଧୀଙ୍କୁ ଯେଉଁ ତାରିଖରେ ଉପସ୍ଥିତ ହେବାକୁ କୁହାଯାଇଛି ସେହି ଦିନ ହିଁ ସେ ଇଡି କାର୍ଯ୍ୟାଳୟ ଯିବେ । ଆମେ ଶାନ୍ତି ସହ ନିଜ ନେତାଙ୍କ ସହ ଯିବୁ । ଆମ ପାର୍ଟି ଏବଂ ନେତାଙ୍କ ବିରୋଧରେ ଏହା ଏକ ଷଡଯନ୍ତ୍ର ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.