କଂଗ୍ରେସକୁ ଆଉ ଏକ ଝଟକା, ପଦ୍ମ ଧରିଲେ ପୂର୍ବତନ ରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ

Published By : Prameya-News7 Bureau | April 06, 2023 IST

ନୂଆଦିଲ୍ଲୀ: କଂଗ୍ରେସକୁ ଗୁରୁବାର ଆଉ ଏକ ବଡ଼ ଝଟକା ଲାଗିଛି । ଦଳର ବରିଷ୍ଠ ନେତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ଭି.ମୁରଲୀଧରନ ଏବଂ କେରଳ ବିଜେପି ଅଧ୍ୟକ୍ଷ କେ ସୁରେନ୍ଦ୍ରନଙ୍କ ଉପସ୍ଥିତିରେ ସେ ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିବିସି ଦ୍ୱାରା ପ୍ରସ୍ତୁତ ଡକ୍ୟୁମେଣ୍ଟ୍ରିକୁ ହୋଇଥିବା ବିବାଦ ପରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଏହାପରେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶଙ୍କ ସହ ବହୁ ନେତାଙ୍କୁ ଟାର୍ଗେଟ୍ କରିଥିଲେ ।

wp:html /wp:html

ଅନିଲ ଆଣ୍ଟୋନି ହେଉଛନ୍ତି କଂଗ୍ରେସ ଟାଣୁଆ ନେତା ଏକେ ଆଣ୍ଟୋନିଙ୍କ ପୁଅ । ତାଙ୍କ ବାପା କଂଗ୍ରେସ ସରକାରରେ ରକ୍ଷା ମନ୍ତ୍ରୀ ଥିଲେ । କେବଳ ଏତିକି ନୁହେଁ ୨୦୧୪ ନିର୍ବାଚନରେ ପରାଜୟ ପରେ ମନ୍ଥନ ଦାୟିତ୍ୱ ମଧ୍ୟ ତାଙ୍କୁ ଦିଆଯାଇଥିଲା ଏବଂ ତାଙ୍କ ଦ୍ୱାରା ପ୍ରସ୍ତୁତ ରିପୋର୍ଟକୁ ଏକେ ଆଣ୍ଟୋନି ରିପୋର୍ଟ କୁହାଯାଇଥିଲା ।

ପାର୍ଟିର ସୋସିଆଲ ମିଡିଆ ଏବଂ ଡିଜିଟାଲ ବିଭାଗର ରାଷ୍ଟ୍ରୀୟ ସଂଯୋଜକଙ୍କ ମଧ୍ୟରୁ ଜଣେ ଅନିଲଙ୍କ ବିଷୟରେ ଏହା ମଧ୍ୟ କୁହାଯାଏ ଯେ ସେ କେବେ ବି ମୁଖ୍ୟଧାରାର ରାଜନୀତିରେ ନଥିଲେ । ଏହାସହ ଥିରୁଅନନ୍ତପୁରମ ସାଂସଦ ଶଶି ଥରୁରଙ୍କ ସେ ଘନିଷ୍ଠ ଥିବା କୁହାଯାଉଛି । ଇସ୍ତଫା ପତ୍ର ଦେବା ସମୟରେ ମାର୍ଗଦର୍ଶନ ପାଇଁ ସେ ଶଶି ଥରୁରଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଗୁଜରାଟ ଦଙ୍ଗା ଉପରେ ବିବିସ ଡକ୍ୟୁମେଣ୍ଟ୍ରକୁ ଅନିଲ ବିରୋଧ କରିଥିଲେ । ସେ କହିଥିଲେ ଯେ ଏହାଦ୍ୱାରା ଆମ ସାର୍ବଭୌମତ୍ୱ ଦୁର୍ବଳ ହେବ । ଅନ୍ୟପଟେ କେରଳରେ ହିଁ କଂଗ୍ରେସ ସାର୍ବଜନୀନ ପ୍ରସାରଣ ପାଇଁ ପ୍ରସ୍ତୁତି କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.