ଦର ବଢିଚାଲିଛି, ହେଲେ ସରକାରଙ୍କ ନିଘା ନାହିଁ : ତୈଳ ଓ ରନ୍ଧନ ଗ୍ୟାସ୍ର ଦାମ୍ ବୃଦ୍ଧି ନେଇ ଯୁବ କଂଗ୍ରେସର ବିକ୍ଷୋଭ
18/05/2022 at 2:56 PM

ଭଦ୍ରକ ୧୮।୦୫: ତୈଳ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ ଯୁବ କଂଗ୍ରେସର ବିକ୍ଷୋଭ । ଭଦ୍ରକ ଯୁବ କଂଗ୍ରେସ କମିଟି ପକ୍ଷରୁ ସହରରେ ଶୋଭାଯାତ୍ରା ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯଥାଶୀଘ୍ର ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ଦାବି କରାଯାଇଛି ।
ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ଜିଲ୍ଲା ସଭାପତି ହେମନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସ କର୍ମୀମାନେ ଦର ବୃଦ୍ଧକୁ ନେଇ ବିଭିନ୍ନ ସ୍ଲୋଗାନ୍ ସହ ସହରରେ ଶୋଭାଯାତ୍ରା କରିଛନ୍ତି । ତୈଳ ଓ ଗ୍ୟାସ୍ର ଅହେତୁକ ଦରବୃଦ୍ଧି ପାଇଁ ସାଧାରଣଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ସରକାରଙ୍କ ଏଥି ପ୍ରତି ନିଘାନଥିବା କହିଛି ଯୁବ କଂଗ୍ରେସ । ପରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ କରିଛନ୍ତି ।