ଭୁବନେଶ୍ୱର ୧୪/୦୮: ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ସେ କହିଛନ୍ତି ଏହା କେବଳ ଧୂଆଁ ବାଣ । ବିଜେଡ଼ି ଓ ବିଜେପି ମଧ୍ୟରେ ଚାଲିଛି ଭଲ ସଲାସୁତୁରା । ସେମାନେ ଦୁଇ ଦଳ ମିଶିକି ଅଛନ୍ତି । ଆଉ ୯ ମାସ ଶାସନରେ ରହି ଲୁଟି ଖାଇବେ ।
ଏହି ଦୁଇ ଦଳ ଖାଲି ମିଛରେ ପ୍ରଚାର କରୁଛନ୍ତି, ଅନ୍ୟ ଦଳ ଓ ଲୋକଙ୍କୁ ଭୁଆଁ ବୁଲେଇବା ପାଇଁ । ଏନେଇ ପୁଣିଥରେ ସ୍ପଷ୍ଟ କଲେ ସୁର । ସେପଟେ ପୁଅମାନେ ନିର୍ବାଚନ ଲଢିବା ନେଇ ସ୍ପଷ୍ଟ କରିଛନ୍ତି ସୁର । ୨୦୨୪ ରେ କେବଳ ମୋ ସାନ ପୁଅ ମନ୍ମଥ ରାଉତ ରାୟ ଜଟଣୀରୁ କଂଗ୍ରେସରୁ ବିଧାୟକ ପାଇଁ ଲଢିବ । ବଡ ପୁଅ ସିଦ୍ଧାର୍ଥ ୨୦୨୪ରେ ନିର୍ବାଚନ ଲଢ଼ିବାର ପ୍ରଶ୍ନ ନାହିଁ । ଯଦି ସେ ଲଢିବ ତେବେ ୨୦୨୯ ରେ କେବଳ ସାଂସଦ ପାଇଁ । ଦୁଇ ଭାଇଙ୍କ ଭିତରେ କିଛି ଦ୍ଵନ୍ଦ ନାହିଁ । ସେମାନେ ଭଲରେ ଚଳୁଛନ୍ତି ।
you can also read...
wp:embed {"url":"https://www.prameyanews7.com/new-rajdhani-express-innaguration/","type":"wp-embed","providerNameSlug":"prameya-news-7"}