ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

କଂଗ୍ରେସର ମିଶ୍ରଣ ପର୍ବ ; ବାହୁଡ଼ିଲେ କିଛି ପୁରୁଣା ପୁରୁଖା ନେତା

6/06/2018 at 11:50 AM

କଂଗ୍ରେସରେ ମିଶିଲେ କାର୍ତିକ ପାତ୍ର, ଆର୍ଯ୍ୟ ଜ୍ଞାନେନ୍ଦ୍ର,ଅଶୋକ ସାମଲ ଆଦି ଅନେକ ନେତା । ଦଳୀୟ କାର୍ଯ୍ୟାଳୟରେ ଏକ ବଡ ଯୋଗଦାନ ଉତ୍ସବରେ ଏସବୁ ନେତା ନିଜର ସମର୍ଥକଙ୍କ ସହ କଂଗ୍ରେସକୁ ବାହୁଡିଛନ୍ତି । ଏମାନେ କଂଗ୍ରେସ ଛାଡି ଅନ୍ୟଦଳକୁ ଜମ୍ପ୍ କରିଥିଲେ । ଏବେ ପିସିସି ପରିବର୍ତ୍ତନ ପରେ ଦଳ ଚଳଚଞ୍ଚଳ ହେବାରୁ ପୁଣି ମନଫେଇଛନ୍ତି ଏସବୁ ନେତା । ଅନ୍ୟଦଳରୁ ନଆଣି ପ୍ରଥମେ ନିଜଦଳର ନେତାଙ୍କ ଘର ବାହୁଡା ଯୋଜନା ଆରମ୍ଭ କରିଛି କଂଗ୍ରେସ ।
ପୁରୁଣା କଂଗ୍ରେସି ନେତାଙ୍କ ଘର ବାହୁଡା । ଯେଉଁମାନେ ଦିନେ କଂଗ୍ରେସ ଆଉ ଉଦ୍ଧେଇବନି କହି ଦଳ ଛାଡି ଚାଲିଯାଇଥିଲେ ସେମାନେ ଏବେ ଦଳକୁ ଫେରିବା ଆରମ୍ଭ କରିଛନ୍ତି । ପୂର୍ବତନ ବାଲେଶ୍ବର ସାଂସଦ କାର୍ତିକ ପାତ୍ର, ପୂର୍ବତନ କଂଗ୍ରେସ ମୁଖପାତ୍ର ଆର୍ଯ୍ୟ ଜ୍ଞାନେନ୍ଦ୍ର ଯେଉଂମାନେ କି ତୃଣମୂଳ କଂଗ୍ରେସରେ ଯୋଗଦେଇଥିଲେ ସେମାନେ ଆଜି କଂଗ୍ରେସରେ ମିଛନ୍ତି । ସେହିଭଳି ବିଜେଡିରେ ମିଶିଥିବା ଅଶୋକ ସାମଲ ମଧ୍ୟ ତାଙ୍କ ପୁରୁଣା ଦଳକୁ ଫେରିଛନ୍ତି । ଏମାନଙ୍କ ସହ ଆଉକିଛି ନେତା ଓ ଶତାଧିକ କର୍ମି ଦଳୀୟ କାର୍ଯ୍ୟାଳୟରେ ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କ ହାତରେ ହାତ ମିଳାଇଛନ୍ତି । ଅବଶ୍ୟ ନିର୍ବାଚନ ଆଗକୁ ଥିବାରୁ ଟିକେଟ ଆଶାୟି ମାନେ ଘରବାହୁଡା ନାଁରେ ଦଳକୁ ଫେରିବା ନୂଆ କଥା ନୁହେଁ । କିନ୍ତୁ କଂଗ୍ରେସ ଶିବିରରେ ଏବେ ଯେଭଳି ଉତ୍ସାହ ଦେଖିବାକୁ ମିଳୁଛି ତାହା ଏଥିପାଇଁ ଅନୁକୂଳ ସ୍ଥିତି ସୃଷ୍ଟି କରିଛି ।
କଂଗ୍ରେସ ଏବେ ଦଳ ସଜାଡିବା କାମ ଜୋରଦାର କରୁଛି । ନୂଆ ପିସିସି ଟିମ୍ ପୁରା ରାଜ୍ୟ ବୁଲି କର୍ମିଙ୍କ କନଫିଡେନ୍ସ ବଢାଉଛନ୍ତି । ଅବଶ୍ୟ ଏତେ କମ୍ ଦିନ ଭିତରେ ୨୦୧୯ ନିର୍ବାଚନ ପୂର୍ବରୁ ଦଳ ବିଜେଡି ଓ ବିଜେପିକୁ ଚ୍ୟାଲେଞ୍ଜ ଦେବାସ୍ଥିତିକୁ ଆସିବ କି ନା ତା କହିହେବ ନାହିଁ । କିନ୍ତୁ ନୂଆ ଜୋସ୍ ନେଇ ପିସିସି କାମ ଆରମ୍ଭ କରିଛି ଏବଂ ସବୁ ଗୋଷ୍ଠିଙ୍କୁ ସାଙ୍ଗରେ ନେଇ ଯିବାକୁ ଚେଷ୍ଟା କରୁଛନ୍ତି ନିରଞ୍ଜନ ଆଣ୍ଡ କୋ । ଅନ୍ୟଦଳରୁ ନଆଣି କଂଗ୍ରେସର ସବୁ ନେତାଙ୍କୁ ଏକାଠି କରିବାକୁ ଏହା ଏକ ଯୋଜନା ବୋଲି କୁହାଯାଉଛି ।
ଖୁବ୍ ଶିଘ୍ର ରାହୁଲ ଗାନ୍ଧିଙ୍କୁ ଆଣି ଏକ ବଡ କାର୍ଯ୍ୟକ୍ରମ କରିବା ଯୋଜନାରେ ଅଛି ରାଜ୍ୟ କଂଗ୍ରେସ । ସେଥିପାଇଁ ଗ୍ରାଉଣ୍ଡ ଓାର୍କ କରୁଛି ଦଳ । କିଛି ନିର୍ବାଚନ ମଣ୍ଡଳୀରେ ବି ଆଗୁଆ ପ୍ରାର୍ଥିଙ୍କ ନାଁ ଘୋଷଣା ପାଇଂ ତାଲିକା ପ୍ରସ୍ତୁତ ହେଉଛି ।

Leave a Reply

   Related Posts