ହଟିଲା ସସ୍‌ପେନ୍ସ; ରାଏବରେଲିରୁ ଲଢ଼ିବେ ରାହୁଲ, ଆମେଠିରୁ କିଶୋରୀ ଲାଲ୍

Published By : Prameya-News7 Bureau | May 03, 2024 IST

ନୂଆଦିଲ୍ଲୀ,୦୩/୦୫: ଉତ୍ତରପ୍ରଦେଶର ଚର୍ଚ୍ଚିତ ଆସନ ଆମେଠି  ଓ ରାଏବରେଲିକୁ ନେଇ ହଟିଲା ସସ୍‌‌ପେନ୍ସ। ନାମାଙ୍କନ ଦାଖଲର ଶେଷ ଦିନରେ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ଏଥିର ଆମେଠି ନୁହେଁ ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି । ସେହିପରି ଆମେଠି ଆସନରେ ମ ଶର୍ମାଙ୍କୁ ପ୍ରାର୍ଥୀ କରିଛି ଦଳ । ଏହା ସହିତ ଚଳିତ ନିର୍ବାଚନ ପ୍ରିୟଙ୍କା ଗାନ୍ଧୀ ଲଢ଼ିବେନି ବୋଲି ମଧ୍ୟ ସ୍ପଷ୍ଟ ହୋଇଛି । ଆସନ୍ତା ମେ’ ୨୦ରେ ଭୋଟ ଗ୍ରହଣ କରାଯିବ।

ଆମେଠି କଂଗ୍ରେସର ଗଡ ଥିଲା ବେଳେ  ୨୦୧୯ ଲୋକସଭା ନିର୍ବାଚନରେ ଏଠାରୁ  ରାହୁଲଙ୍କୁ ପରାସ୍ତ କରି ବିଜେପି ପ୍ରାର୍ଥୀ  ସ୍ମୃତି ଇରାନୀ ବିଜୟୀ ହୋଇଥିଲେ । ରାହୁଲ ଗାନ୍ଧି ଦ୍ବିତୀୟ ଲୋକସଭା ଆସନ ୱାୟନାଡରୁ ବିଜୟୀ ହୋଇଥିଲେ । ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ରାହୁଲ ଗାନ୍ଧି ପ୍ରାର୍ଥୀ ହୋଇଛନ୍ତି । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ରାହୁଲ ଗାନ୍ଧିଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ତେବେ ୨୦୧୯ରେ କଂଗ୍ରେସ ଉତ୍ତରପ୍ରଦେଶରୁ ଯେଉଁ ଗୋଟିଏ ଆସନରେ ବିଜୟୀ ହୋଇଥିଲା ତାହା ଥିଲା ରାୟବରେଲି ।  ଏଠାରୁ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବିଜୟୀ ହୋଇଥିଲେ । ହେଲେ ଚଳିତଥର ସେ ଲୋକସଭା  ନିର୍ବାଚନ ଲଢ଼ୁନାହାନ୍ତି । ବରଂ ସେ ରାଜସ୍ଥାନରୁ ରାଜ୍ୟସଭାକୁ ନିର୍ବାଚିତ ହୋଇସାରିଛନ୍ତି ।

ବିଜେପି ପୂର୍ବରୁ ଆମେଠି ପାଇଁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ପୁଣିଥରେ ପ୍ରାର୍ଥୀ କରିଥିଲା ବେଳେ ରାଏବରେଲି ପାଇଁ  ଦୀନେଶ ପ୍ରତାପ ସିଂହଙ୍କୁ ପ୍ରାର୍ଥୀ କରିଛି । ଦୀନେଶ ବର୍ତ୍ତମାନ ଯୋଗୀ ସରକାରରେ ମନ୍ତ୍ରୀ ଅଛନ୍ତି । ତେବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ଲଢ଼ିବେ କଂଗ୍ରେସର କିଶୋରୀ ଲାଲ ଶର୍ମା ।ହଟିଲା ସସ୍‌ପେନ୍ସ; ବାଏରେଲିରୁ ଲଢ଼ିବେ ରାହୁଲ, ଆମେଠିରୁ କିଶୋରୀ ଲାଲ 

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.