ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

କଲେଜର ଆର୍ଥିକ ଅନିୟମିତତା କରି ଫେରାର ଥିଲେ ଅଧ୍ୟକ୍ଷ, ୩ ମାସ ପରେ ବାନ୍ଧିଲା ପୋଲିସ

26/08/2021 at 10:27 PM

କଳାହାଣ୍ଡି, ୨୬/୦୮:  ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବିଶ୍ୱନାଥପୁର ମାଁ ହୀରାନିଳା ଡିଗ୍ରୀ କଲେଜ ଅଧ୍ୟକ୍ଷ ରମେଶ ସାହୁ କଲେଜର ଆର୍ଥିକ ଅନିୟମିତତା ସହ ଅନେକଙ୍କୁ କଲେଜରେ ଚାକିରୀ ଦେବା ନାଁ ଅର୍ଥ ଆତ୍ମସାତ କରିଥିବା ନେଇ ବିଶ୍ୱନାଥପୁର ଥାନାରେ ମାମଲା ରୁଜୁ ହୋଇଥିଲା । ହେଲେ ପୋଲିସ ଗିରଫ କରିବା ପୂର୍ବରୁ ରମେଶ ସାହୁ ଫେରାର ହୋଇଯାଇଥିଲେ ।

କଲେଜର ଉନ୍ନତିକରଣ ନାଁରେ ଟଙ୍କା ଆତ୍ମସାତ ଅଭିଯୋଗରେ ହୀରାନିଳା ସଂଗ୍ରାମ ସମିତି ବିଶ୍ୱନାଥପୁର ଥାନା ସମ୍ମୁଖରେ ପୁର୍ବରୁ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲା । ଦୀର୍ଘ ୩ମାସ ହେଲା ପୋଲିସକୁ ଚକମା ଦେଇଆସୁଥିବା ରମେଶ ସାହୁ ଆଜି ବିଶ୍ୱନାଥପୁର ସ୍ଥିତ ବାସଭବନକୁ ଆସିଥିବା ସୂଚନା ପାଇ ପୋଲିସ ତାଙ୍କୁ ଗିରଫ  କରିବାରେ ସଫଳ ହୋଇଛି । ଗିରଫ ପରେ ରମେଶ ସାହୁଙ୍କ ବାସଭବନ ଆଗରେ ଲୋକଙ୍କ ଭିଡ଼ ଯୋଗୁଁ ପୋଲିସକୁ ନାକେଦମ ହବାକୁ ପଡିଛି । ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଲୋକେ ନାରାବାଜି କରିଥିବା ଦିଖିବାକୁ ମିଳିଥିଲା ।

   Related Posts