Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଶକ୍ତିଶାଳୀ ହେବ ନୌସେନା: ୧୧ ପାଟ୍ରୋଲିଂ ଭାସେଲ ଓ ୬ ମିସାଇଲ୍ ଭାସେଲ କିଣିବାକୁ ୧୯ ହଜାର କୋଟିର ଡିଲ୍‌
  • ||
  • ବୁଲେଟ ଟ୍ରେନ୍ ପ୍ରକଳ୍ପ ପାଇଁ ଭାରତକୁ ୧୮,୭୫୦ କୋଟି ଓଡିଏ ଋଣ ଦେଲା ଜାପାନୀ ସଂସ୍ଥା
  • ||
  • ପ୍ରତିରକ୍ଷା ମନ୍ତ୍ରାଳୟ ଓ ଭାରତ ଇଲେକ୍ଟ୍ରୋନିକ୍ ଲିମିଟେଡ୍ ମଧ୍ୟରେ ୫,୪୯୮ କୋଟିର ଚୁକ୍ତି ସ୍ୱାକ୍ଷରିତ; EW କିଣିବ ଭାରତୀୟ ସଶସ୍ତ୍ର ବଳ
  • ||
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||

୮୦ ବର୍ଷର ଓଡ଼ିଶା ବଜେଟ୍-ଏକ ସ୍ମରଣୀୟ ପ୍ରକାଶନ ପୁସ୍ତକ ଉନ୍ମୋଚନ

11/06/2018 at 9:39 AM

୮୦ ବର୍ଷର ଓଡ଼ିଶା ବଜେଟ୍-ଏକ ସ୍ମରଣୀୟ ପ୍ରକାଶନ ପୁସ୍ତକ ଉନ୍ମୋଚନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉନ୍ମୋଚନ କରିଛନ୍ତି । ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବାଠୁ ଏପର୍ଯ୍ୟନ୍ତ ୮୦ ବର୍ଷରେ ରାଜ୍ୟର ଆର୍ଥିକ ପରିଚାଳନା ଓ ବଜେଟକୁ ନେଇ ବହି ଲେଖା ଯାଇଛି । ବିଭିନ୍ନ ତଥ୍ୟ, ଚିତ୍ର ଓ ଉପାଖ୍ୟାନ ମାଧ୍ୟମରେ ଏହି ପୁସ୍ତକ ଲେଖାଯାଇଛି । ପୁସ୍ତକ ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ୮୦ ବର୍ଷ ତଳେ ରାଜ୍ୟର ବଜେଟ ୧ କୋଟି ୭୭ ଲକ୍ଷ ଥିଲା । ୨୦୦୦ ମସିହାରେ ବିଜେଡି ଶାସନକୁ ଆସିବା ବେଳେ ଏହା ୧୪ ହଜାର କୋଟି ଥିଲା । ଯାହା ବର୍ତ୍ତମାନ ୧ ଲକ୍ଷ ୨୦ ହଜାର କୋଟିରେ ପହଞ୍ଚିଛି । ଏଥି ସହ ନିଜ ସରକାରର ଗୁଣଗାନ କରିଥିଲେ ନବୀନ । କହିଥିଲେ ଆମେ ଗରିବୀ ମୁକ୍ତି କାର୍ଯ୍ୟକ୍ରମକୁ ଦୁରୁତ୍ବ ଦେଇଛୁ । ମହିଳା ଓ ଶିଶୁ ମୃତ୍ୟୁହାର ରୋକିବାରେ ସଫଳ ହୋଇଛୁ ।
ଆଦିବାସୀ ହରିଜନ ଓ କୃଷକଙ୍କ ବିକାଶ ପାଇଁ ଅଧିକ ବ୍ୟୟବରାଦ ହୋଇଛି । ପ୍ରତିଥର ରାଜ୍ୟର ବିକାଶ ପାଇଁ ଅଙ୍ଗିକାର ବଦ୍ଧ ହୋଇଛୁ ବୋଲି ନିଜ ଅଭିଭାଷଣରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply

   Related Posts