ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ସାରା ଦେଶ ପାଇଁ ଗୌରବ

Published By : Prameya-News7 Bureau | July 25, 2022 IST

ନୂଆଦିଲ୍ଲୀ/ଭୁବନେଶ୍ୱର ୨୫/୦୭: ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସମସ୍ତ ଓଡିଶା ଏବଂ ପୂରା ଦେଶ ପାଇଁ ଗର୍ବର ବିଷୟ । ମୋତେ ରାକ୍ଷୀ ବାନ୍ଧି ଥିବାରୁ ଭାଇ ବୋଲି ସମ୍ବର୍ଦ୍ଧନ କରନ୍ତି । ତାଙ୍କ ଶପଥ ସମାରୋହରେ ଭାଗ ନେଇ ମୁଁ ବହୁତ ଖୁସି ଅଛି ।

ସୂଚନା ଥାଉକି, ଚଳିତ ମାସରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଓଡ଼ିଶା ଆସିଥିଲେ ଦ୍ରୌପଦୀ ମୁର୍ମୁ । ସମସ୍ତଙ୍କ ବିଧାୟକଙ୍କଠାରୁ ସମର୍ଥନ ଲୋଡ଼ିଥିଲେ ଦ୍ରୌପଦୀ । ତେବେ ମୁଖ୍ୟମନ୍ତ୍ରୀ ଆଶ୍ୱସନା ଦେଇଥିଲେ ଓ ପ୍ରତିଶୃତି ବି ଦେଇଥିଲେ । କହିଥିଲେ ଭଉଣୀ ପାଇଁ ଭାଇ ତାର ସମର୍ଥନ ଦେବ । ଠିକ ସେପରି ହୋଇଥିଲା । ସମସ୍ତଙ୍କ ସମର୍ଥନ ଜିତିଥିଲେ ଦ୍ରୌପଦୀ ମୁର୍ମୁ । ଆଉ ବନିଥିଲେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.