ବାହାନଗା ଟ୍ରେନ ଟ୍ରାଜେଡି, ଶନିବାର ବାଲେଶ୍ୱର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | June 03, 2023 IST

ଭୁବନେଶ୍ୱର/ବାଲେଶ୍ୱର ୦୩।୦୬ :  ବାଲେଶ୍ୱର ବାହାନଗା ଟ୍ରେନ୍‌ ଟ୍ରାଜେଡି ଘଟଣା । ଶନିବାର ଦିନ ଘଟଣାସ୍ଥଳରୁ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖିବା ସହିତ ଆହତଙ୍କ ପରିଜନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏବେ ଯାଏଁ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୦୦ରୁ ଅଧିକ ରହିଛି । ଲଗାତର ଭାବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

{"id":797205,"sizeSlug":"full","linkDestination":"none"}

ସେହିପରି ଶୁକ୍ରବାର ଦିନ ଏହି ବଡ଼ଧରଣର ଦୁର୍ଘଟଣାରେ  ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟରେ ଖୋଲାଯାଇଥିବା କଣ୍ଟ୍ରୋଲ ରୁମ୍‌ରେ ଶୁକ୍ରବାର ଦିନ ସଂଧ୍ୟା ସମୟରେ ମୁଖ୍ୟମନ୍ତ୍ରୀ , ମୁଖ୍ୟ ଶାସନ ସଚିବଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଉଦ୍ଧାର କାର୍ଯ୍ୟ ଏବଂ ଆହତଙ୍କୁ କିପରି ତୁରନ୍ତ ଚିକିତ୍ସା କରାଯିବ । ସେ ଦିଗରେ ଆଲୋଚନା ହୋଇଥିଲା ।

wp:html /wp:html

ତେବେ ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ଥିତିର ବାବଦରେ ପଚାରି ବୁଝିଛି । ଟ୍ରେନ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଆସନ୍ତାକାଲି ସକାଳେ ମୁଁ ସେଠାରେ ପହଞ୍ଚିବି । ସେଠାରେ ପୂରା ଘଟଣାର ନୀରିକ୍ଷଣ କରାଯିବ । ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇବା ଆମର ପ୍ରାଥମିକତା ରହିଛି’ ।

wp:embed {"url":"https://www.prameyanews7.com/heartbreaking-scene-of-train-accident-dead-body-on-tractor/","type":"wp-embed","providerNameSlug":"prameya-news-7"}
https://www.prameyanews7.com/heartbreaking-scene-of-train-accident-dead-body-on-tractor/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.