ବରଗଡ ୨୧|୨: ବରଗଡ଼ରେ ପ୍ରତିଷ୍ଠା ହେବ କ୍ୟାନସର ହସପିଟାଲ । ଆଜି ବରଗଡ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମେ ସୋହେଲା ଇଛାପାଲିରେ ପହଞ୍ଚି ଚାଷୀ ମହାସମାବେଶରେ ଯୋଗ ଦେଇଛନ୍ତି । ସମାବେଶରେ କିଛି ଚାଷୀ ଏବଂ କଳାକାରମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି ।
{"id":87335}ଏହା ସହ କାଳିଆ ଯୋଜନାରେ ଦ୍ବିତୀୟ ପର୍ଯ୍ୟାୟ ସହାୟତା ରାଶି ପ୍ରଦାନ କରିଛନ୍ତି । ଏହି ପର୍ଯ୍ୟାୟରେ ପାଖାପାଖି ୧୪ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିବ କାଳିଆ ଟଙ୍କା । ଏହି ଅବସରରେ ବରଗଡରେ କୋଶଲୀ ସାହିତ୍ୟ ଗବେଷଣା କେନ୍ଦ୍ର ହେବା ନେଇ ଘୋଷଣା କରିଛନ୍ତି ଯାହା ହଳଧର ନାଗ ନାମରେ ନାମିତ ହେବ ।
{"id":87336}ଏହା ସହିତ ବହୁ ପ୍ରତୀକ୍ଷିତ ଗଙ୍ଗାଧର ବୃହତ ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ ବି କରିଛନ୍ତି ନବୀନ । ସମାବେଶରେ କେନ୍ଦ୍ର ସରକାରଙ୍କ କିଷାନ ଯୋଜନାକୁ ସମାଲୋଚନା କରିଛନ୍ତି ନବୀନ। କିଷାନ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସାମିଲ କରିବା ଲାଗି ସେ ପତ୍ର ଲେଖିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।