ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ, କହିଲେ- ବାଲେଶ୍ୱର ଘଟଣାରେ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | July 13, 2025 IST

ଭୁବନେଶ୍ୱର ୧୩।୦୭ : ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ୱରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାଲେଶ୍ଵର ଘଟଣାକୁ ଗୁରୁତର ଭାବେ ନିଆଯାଇଛି । ସରକାରଙ୍କ ତରଫରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି। ଏମ୍ସ ଯାଇ ଛାତ୍ରୀଙ୍କ ଚିକିତ୍ସା ଅନୁଧ୍ୟାନ କରିବ। କେଉଁ କାରଣରୁ ଏଭଳି ଘଟଣା ଘଟିଲା, ସେଥିପାଇଁ ଉଚ୍ଚ ଶିକ୍ଷା ବିଭାଗ ତଦନ୍ତ କମିଟି ଗଠନ ହୋଇଛି। 

ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଗାମୀ ଦିନରେ ଏଭଳି ଘଟଣା କୌଣସି ଶିକ୍ଷାନୁଷ୍ଠାନରେ ନଘଟୁ ସେଥିପାଇଁ ସ୍ୱତନ୍ତ୍ର ଭାବରେ ସରକାର ପ୍ରସଙ୍ଗକୁ ଗୁରୁତର ଭାବେ ନେଇଛନ୍ତି। ଉଚ୍ଚସ୍ତରୀୟ ତଦନ୍ତ କରି ଯେମିତି ଆଗୁଆ ପଦକ୍ଷେପ ନେଇ ହେବ ତା ଉପରେ ଗୁରୁତ୍ବ ଦେବେ ସରକାର। 


ସେହିପରି ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତାଙ୍କ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ଯୋଗ ଦେଲି । ଏହାସହ ଏହି ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ବିଜେପି ସଙ୍ଗଠନ ମହା ମନ୍ତ୍ରୀଙ୍କ ସହ ଆଲୋଚନା ହେଲା । ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ ପ୍ରଦାନ କଲି । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ବିଷୟରେ ଆଲୋଚନା ହେଲା । 

ପ୍ରଧାନମନ୍ତ୍ରୀଙ୍କ ସହ ଓଡ଼ିଶାର ବଡ଼ ପ୍ରକଳ୍ପ ଗୁଡ଼ିକ ବିଷୟରେ ୩୫ ମିନିଟ ଆଲୋଚନା ହେଲା । ସେହି ପ୍ରକଳ୍ପ ଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା ହେଲା । ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଭଲ ପାଉଛନ୍ତି । ଆଲୋଚନା ସଫଳ ହୋଇଛି। ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଆଗକୁ ଯିବ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.