କରମଣ୍ଡଳ ଟ୍ରେନ୍‌ ଟ୍ରାଜେଡି, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | June 04, 2023 IST

ଭୁବନେଶ୍ୱର ୦୪।୦୬ : ବାହାନଗା ଟ୍ରେନ୍‌ ଟ୍ରାଜେଡି । ମୃତାହତଙ୍କ ପାଇଁ ସହାୟତା ଘୋଷଣା କଲେ ରାଜ୍ୟ ସରକାର । ପ୍ରତ୍ୟେକ ମୃତକଙ୍କୁ ୫ଲକ୍ଷ ଲେଖାଏଁ ଅନୁକମ୍ପା  ମୂଳକ ସହାୟତା ଘୋଷଣା କରିଥିବା ବେଳେ ଗୁରୁତର ଆହତଙ୍କ ପାଇଁ ଲକ୍ଷେ ଟଙ୍କା ଲେଖାଏଁ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଏହି ସହାୟତା ରାଶି ପ୍ରଦାନ କରାଯିବ ।

{"id":797792,"sizeSlug":"full","linkDestination":"none"}

ସେହିପରି ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏହାସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

{"id":797787,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ବାହାନଗା ଟ୍ରେନ୍ ଟ୍ରାଜେଡିରେ ୩ ଶହ ଟପିଛି ମୃତ୍ୟୁ ସଂଖ୍ୟା । ଚାପି ହୋଇ ରହିଥିବା ବଗି ତଳୁ ମିଳିଛି ଆଉ ୧୩ ମୃତଦେହ । କ୍ରେନ୍ ସହାୟତାରେ ବଗି ଉଠିଲା ପରେ ମୃତଦେହ ମିଳିଛି । ପ୍ରଥମେ ୬ଟି ମୃତଦେହ ମିଳିଥିଲା । ପରେ ଆଉ ୭ ଜଣ ମୃତଦେହ ଉଦ୍ଧାର କରାଯାଇଛି। NDRF ଟିମ୍ ଏହି ମୃତଦେହ ଉଦ୍ଧାର କରିଛନ୍ତି । ଏବେବି ଜାରି ରହିଛି ଅପରେସନ ।

You Can Read :

wp:embed {"url":"https://www.prameyanews7.com/the-work-of-repairing-the-tracks-is-in-full-swing/","type":"wp-embed","providerNameSlug":"prameya-news-7"}
https://www.prameyanews7.com/the-work-of-repairing-the-tracks-is-in-full-swing/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.