ଗୋପାଳ ଏରୋମେଟିକ୍ ପ୍ରାଇଭେଟ୍ ଲିମିଟେଡ଼ ଓ ଲିଙ୍ଗରାଜ ଟ୍ରେଡର୍ସରେ ସିଟି ଏବଂ ଜିଏସଟି ଏନ୍‌ଫୋର୍ସମେଣ୍ଟ ଟିମର ଚଢ଼ାଉ, କମ୍ପ୍ୟୁଟର ଜବତ

Published By : Prameya-News7 Bureau | March 03, 2022 IST

ଚୌଦ୍ୱାର, ୦୩/୦୩: କଟକ ଟାଙ୍ଗି ଥାନା ଅନ୍ତର୍ଗତ ମଙ୍ଗୁଳି ସ୍ଥିତ ଗୋପାଳ ଏରୋମେଟିକ୍ ପ୍ରାଇଭେଟ୍ ଲିମିଟେଡ଼ ଓ ଜଗତପୁର ସ୍ଥିତ ତୋରଳ ଲିଙ୍ଗରାଜ ଟ୍ରେଡର୍ସରେ ସିଟି ଏବଂ ଜିଏସଟି ଏନଫୋର୍ସ ଟିମ ଦ୍ୱାରା ଚଢ଼ାଉ l ବିଶ୍ୱସ୍ତ ସୂତ୍ରରୁ ଜିଏସଟି ହେରଫେରର ଖବର ପାଇ ସିଟି ଏବଂ ଜିଏସଟି ଟିମର ମୁଖ୍ୟ ଆଶିଷ ସାହୁଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ଟିମ୍ ଅଚାନକ ମଙ୍ଗୁଳିରେ ପହଞ୍ଚି ଗୋପାଳ ଏରୋମେଟିକ ପ୍ରାଇଭେଟ ଲିମିଟେଡ଼ ଏବଂ ଜଗତପୁର ତୋରଲ ସ୍ଥିତ ଲିଙ୍ଗରାଜ ଟ୍ରେଡ଼ର୍ସର କାଗଜ ପତ୍ର ତନ୍ନତନ୍ନ କରି ଯାଞ୍ଚ କରିଥିଲେ । ଏଥିସହ ଲାପଟପ ଏବଂ କମ୍ପ୍ୟୁଟର ଜବତ କରିବା ସହ କିଛି ଗୁରୁତ୍ୱପୂର୍ଣ୍ଣ କାଗଜ ନେଇଥିବାର ସୂଚନା ଦେଇଛନ୍ତି ସିଟି ଏବଂ ଜିଏସଟି ଡେପୁଟି କମିଶନର ଆଶିଷ କୁମାର ସାହୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.