scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସିରୋ ସର୍ଭେରୁ ଖୁଲାସା: ଅଗଷ୍ଟ ମାସ ସୁଦ୍ଧା ପ୍ରତି ୧୫ ଜଣରୁ ଜଣେ କରୋନା ସଂକ୍ରମିତ ହୋଇ ସାରିଥିଲେ

29/09/2020 at 5:26 PM

ନୂଆଦିଲ୍ଲୀ ୨୯।୦୯: କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ସିରୋ ସର୍ଭେର ଦ୍ଵିତୀୟ ରିପୋର୍ଟ ଅନୁଯାୟୀ ଦେଶର ଏକ ବଡ ଜନସଂଖ୍ୟା ଏବେ ମଧ୍ୟ କରୋନା ଭାଇରସ୍‌ ପ୍ରକୋପର ସାମ୍ନା କରି ପାରନ୍ତି। ଡିଜି ଆଇସିଏମଆର ବଲରାମ ଭାର୍ଗବ କହିଛନ୍ତି, ଆଇସିଏମଆରର ଦ୍ଵିତୀୟ ନ୍ୟାସନାଲ ସିରୋ ରିପୋର୍ଟ ଅନୁଯାୟୀ, ୨୦୨୦ ଅଗଷ୍ଟ ପର୍ଯ୍ୟନ୍ତ ୧୦ ବର୍ଷରୁ ଅଧିକ ବର୍ଷ ବୟସର ପ୍ରତି ୧୫ ଜଣଙ୍କ ମଧ୍ୟରୁ ଜଣେ କରୋନା ସଂକ୍ରମିତ ହୋଇ ସାରିଛନ୍ତି।

ଦେଶରେ କରୋନାକୁ ନେଇ ଉତ୍ପନ ସ୍ଥିତି ଓ ବର୍ତ୍ତମାନର ସ୍ଥିତି ବିଷୟରେ ସୂଚନା ଦେବା ପାଇଁ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ, ଆଇସିଏମଆର ଓ ନୀତି ଆୟୋଗ ମଙ୍ଗଳବାର ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଆଇସିଏମଆରର ମହା ନିର୍ଦ୍ଦେଶକ ବଲରାମ ଭାର୍ଗବ କହିଛନ୍ତି, ସିରୋ ରିପୋର୍ଟରେ ଜନ ସଂଖ୍ୟାର ଏକ ବଡ ଭାଗ କରୋନାରେ ସଂକ୍ରମିତ ହେବାର ଆଶଙ୍କା ରହିଛି। ଏମିତି ସମୟରେ ଆମକୁ ୫ଟି ରଣନୀତି(ଟେଷ୍ଟ, ଟ୍ରାକ, ଟ୍ରେସ, ଟ୍ରିଟ୍ ଓ ଟେକ୍ନୋଲୋଜି)କୁ ଆପଣାଇବାକୁ ପଡିବ। ସେ କହିଛନ୍ତି, ଦ୍ଵିତୀୟ ସିରୋ ରିପୋର୍ଟ ଅନୁଯାୟୀ, ଅଗଷ୍ଟ ସୁଦ୍ଧା ୧୦ ବର୍ଷରୁ ଉର୍ଦ୍ଧ୍ଵ ବୟସର ପ୍ରତି ୧୫ତମ ବ୍ୟକ୍ତି କରୋନା ସଂସ୍ପର୍ଶରେ ଆସି ସାରିଛନ୍ତି।

ଆଇସିଏସମଆର ଡିଜି ରାଜ୍ୟ ସରକାରଙ୍କୁ ଅପିଲ୍ କରିଛନ୍ତି ଯେ, ଆଗାମୀ ପର୍ବପର୍ବାଣୀ, ଶୀତ ଋତୁକୁ ଦୃଷ୍ଟିରେ ରଖି  ବିଶେଷ ସତର୍କତା ଅବଲମ୍ବନ କରନ୍ତୁ। ସେ କହିଛନ୍ତି ଆଗାମୀ କିଛି ମାସରେ ଅନେକ ବଡ ବଡ ଉତ୍ସବ ଶୀତ ଦିନରେ ପଡୁଛି। ତେଣୁ ବଡ ସଂଖ୍ୟାରେ ଲୋକଙ୍କ ଏକତ୍ର ହେବା ଆଶଙ୍କାକୁ ଦୃଷ୍ଟିରେ ରଖି ନୂତନ କଣ୍ଟେନମେଣ୍ଟ ରଣନୀତି ଆପଣାନ୍ତୁ ବୋଲି ଭାର୍ଗବ କହିଛନ୍ତି।

   Related Posts