ଚୁଆରୁ ଉଦ୍ଧାର ହେଲା ଛୁଆ ହାତୀ, ଆମ୍ୱ ଓ ପଣସ ଖାଇବାକୁ ଆସି ଗଳିପଡିଥିଲା

Published By : Prameya-News7 Bureau | June 10, 2022 IST

ଫୁଲବାଣୀ ୧୦/୦୬: ପୁଣି ବିପଦରେ ଗଜରାଜ । ପରିତ୍ୟକ୍ତ ଚୁଆରେ ଗଳିପଡିଲା ଛୁଆ ହାତୀ । କନ୍ଧମାଳ ଜିଲ୍ଲା ଗୋଛାପଡା ରେଞ୍ଜ ଅଧିନସ୍ଥ ପକାରୀ ପଞ୍ଚାୟତର ଜିରିଙ୍ଗପଡ଼l ଗ୍ରାମ ନିକଟ ବିଲ ମାଳରେ ଥିବା ଚୁଆରେ ଏକ ଛୁଆ ହାତୀ ପଡିଥିବା ଦେଖିଥିଲେ ଗ୍ରାମବାସୀ । ସୁଚନା ଅନୁସାରେ ବିଳମ୍ବିତ ରାତିରେ ୧୦ ଟିକିଆ ହାତୀପଲ ଆମ୍ବ ଓ ପଣସ ଖାଇବା ପାଇଁ ଗାଁକୁ ଆସିଥିଲେ ।

ହାତୀପଲ ମଧ୍ୟରେ ରହିଥିଲା ଏକ ଛୁଆ ହାତୀ । ହାତୀପଲ ପାହାନ୍ତାରୁ ଜଙ୍ଗଲକୁ ଫେରୁଥିବା ବେଳେ ଏକ ପରିତ୍ୟକ୍ତ ଚୁଆରେ ପଡିଯାଇ ଥିଲା ହାତୀ ଛୁଆଟି । ଖବର ପାଇ ଘଟଣା ସ୍ଥଳକୁ ଫିରିଙ୍ଗିଆ ରେଞ୍ଜର ବିଜୟ ମଲ୍ଲିକ ସହ ଏକ ଟିମ ଓ କିଛି ଗ୍ରାମବାସୀ ମିଶି ଏକ ଜେସିବି ମେସିନ ସାହାଯ୍ୟରେ ହାତୀ ଛୁଆଟିକୁ ଉଦ୍ଧାର କରିଥିଲା ବନ ବିଭାଗ ।

ହାତୀ ଛୁଆ ସୁସ୍ଥ ଥିବାରୁ ଖୁସିରେ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା । ସୂଚନା ଯୋଗ୍ୟ ଯେ, ଗତ ସପ୍ତାହରେ କରଡ଼ା ବନବିଭାଗ ରେଞ୍ଜ ଅଧୀନବଡ଼ ବାରବା ଜଙ୍ଗଲ ଭିତରେ ଏକ ପରିତ୍ୟକ୍ତ ଚୁଆରେ ପଡିଯାଇଥିଲା ଆଉ ତାକୁ ମଧ୍ୟ ବନବିଭାଗ ଦୀର୍ଘ ସମୟ ଧରି ଉଦ୍ୟମ କାରି ଉଦ୍ଧାର କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.