ଭାଗ୍ୟ ହେବ ତ ଏମିତି; ଜିତିଲେ ଲଟେରୀ, ସେ ପୁଣି ୭୯୫ କୋଟିର

Published By : Prameya-News7 Bureau | February 28, 2024 IST

ନୂଆଦିଲ୍ଲୀ ୨୮।୦୨: ଶୀଘ୍ର ଧନୀ ହେବାକୁ କିଏ ବା ନଚାହେଁ ? କିନ୍ତୁ କାହାର ଭାଗ୍ୟ ସାଥ୍ ଦିଏ ତ ଆଉ କାହାର ନୁହେଁ । ଆଉ କିଛି ଏପରି ଅଛନ୍ତି ଯିଏକି ଯାହାର ଭାଗ୍ୟ ହଠାତ୍‌ ଚମକି ଉଠେ । ଅର୍ଥାତ୍ ବେଳେ ବେଳେ ଲାଗିଯାଏ ଲଟେରୀ । ଆଉ ତାଙ୍କର ଭାଗ୍ୟ ଖୋଲିଯାଏ । ଅନେକ ସମୟରେ ଶୁଣିଥିବେ ଲଟେରୀ ଲାଗି କେହି କୋଟିପତି ହୋଇଯାଆନ୍ତି ।

{"id":914859,"sizeSlug":"full","linkDestination":"none"}

ବର୍ତମାନ ଏପରି ଜଣେ ବ୍ୟକ୍ତି ଖୁବ୍‌ ଚର୍ଚ୍ଚାରେ । ସେ ଲଟେରୀ ଜିତି କୋଟିପତି ହୋଇଛନ୍ତି । ଆଉ ସେ ତାଙ୍କ ଦେଶରେ ନୁହେଁ ସାରା ବିଶ୍ବରେ ଏବେ ଚର୍ଚ୍ଚାରେ । କାରଣ ତାଙ୍କ ଦେଶରେ ଅନ୍ୟ କେହି ବି ଏପରି ଲଟେରୀ ଜିତିନାହାନ୍ତି । ବାସ୍ତବରେ ଏପରି ଏକ ଜ୍ୟାକପଟ୍ ଜିତିଛନ୍ତି ଚୀନର ଜଣେ ବ୍ୟକ୍ତି । ୨୮ ବର୍ଷୀୟ ଏହି ବ୍ୟକ୍ତି ୯୬ ମିଲିୟନ୍‌ ଆମେରିକୀୟ ଡଲାରର ଲଟେରୀ ଜ୍ୟାକପଟ୍ ଜିତିଛନ୍ତି ଅର୍ଥାତ୍ ଭାରତୀୟ ମୂଲ୍ୟରେ ପ୍ରାୟ ୭୯୫ କୋଟି ଟଙ୍କା ।

{"id":914861,"sizeSlug":"full","linkDestination":"none"}

ଯାହା ଚୀନ୍‌ର ସବୁଠୁ ବଡ ଜ୍ୟାକପଟ୍ । ଚାଇନା ୱେଲଫେୟାର ଲଟେରୀ ୱେବସାଇଟ୍ ଅନୁଯାୟୀ, ଲଟେରୀ ଜିତିଥିବା ଏହି ବ୍ୟକ୍ତି ଦକ୍ଷିଣ-ପଶ୍ଚିମ ଚାଇନାର ଗୁଇଜୋ ପ୍ରଦେଶର ବାସିନ୍ଦା। ତେବେ ବ୍ୟକ୍ତିଙ୍କ ନାଁ ପ୍ରକାଶ କରାଯାଇନି ।  ଖବର ଅନୁଯାୟୀ ବ୍ୟକ୍ତି ଜଣକ ଟିକେଟ ପିଛା ୨୩ ଟଙ୍କାରେ ୧୩୩ଟି ଟିକେଟ୍ କିଣିଥିଲେ । ଆଉ ସେ ୫.୧୬ ମିଲିୟନ ୟୁଆନ୍ ବା ୭୨୫ ହଜାର ଡଲାର୍‌ର ପୁରସ୍କାର ଜିତିଥିଲେ ।

{"id":914862,"sizeSlug":"full","linkDestination":"none"}

ତେବେ ବ୍ୟକ୍ତି ଜଣକ ଫେବୃଆରୀ ୭ରେ ଏହି ପୁରସ୍କାର ଗ୍ରହଣ କରିବାକୁ ଆସିଥିଲେ ।  ବ୍ୟକ୍ତି ଜଣକ କହିଛନ୍ତି ଯେ ରାତ୍ରି କୋଟିକୋଟି ଟଙ୍କାର ଲଟେରୀ ଜିତିଥିବାର ଖବର ପାଇଥିଲେ । ଆଉ ଏକଥା ଲଟେରୀ ଅଧିକାରୀଙ୍କଠାରୁ ଶୁଣିବା ପରେ ସେ ବିଶ୍ବାସ କରିପାରିନଥିଲେ । ଏମିତିକି ସେ ଏତେ ଖୁସି ଥିଲେ ଯେ ରାତିସାରା ଶୋଇପାରିନଥିଲେ । ଲଟେରୀ ଜିତିଥିବା ନେଇ ବ୍ୟକ୍ତି ଜଣକ ବିଶ୍ୱାସ କରିପାରିନଥିଲେ । ଏଥିପାଇଁ ସେ ଅନେକ ଥର ନିଶ୍ଚିତ କରିବାକୁ ଚେଷ୍ଟା କରିଥିଲେ ।

{"id":914863,"sizeSlug":"full","linkDestination":"none"}

 ଏହାପରେ ପରଦିନ ସକାଳେ ସେ ସିଧା ଲଟେରୀ କାର୍ଯ୍ୟାଳୟକୁ ଯାଇ ଚେକ୍ ନେଇ ଆସିଥିଲେ । ତେବେ କୋଟିକୋଟି ଟଙ୍କାର ଲଟେରୀ ଜିତିଥିବା ବ୍ୟକ୍ତିଙ୍କୁ ଆୟକର ନିୟମ ଅନୁଯାୟୀ ଲଟେରୀ ଆୟର ଏକ ପଞ୍ଚମାଂଶ ଟ୍ୟାକ୍ସ ଭାବରେ ଦେବାକୁ ପଡିବ ।  ଆଉ ଯେଉଁ ରାଶି ରହିବ ସେ ନିଜ ଅଧିନରେ ରଖିପାରିବେ ।

You Can Read:

wp:embed {"url":"https://www.prameyanews7.com/most-unique-hotel-in-the-world-hotel-arbez-distributed-in-two-countries/","type":"wp-embed","providerNameSlug":"prameya-news-7"}
https://www.prameyanews7.com/most-unique-hotel-in-the-world-hotel-arbez-distributed-in-two-countries/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.