ଟୋକିଓ ଅଲିମ୍ପିକ୍ସ-୨୦୨୦ର ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଲେ ଚୀନର ରାଇଫଲ୍‌ ସୁଟର ୟାଙ୍ଗ କିଆନ୍‌

Published By : Prameya-News7 Bureau | July 24, 2021 IST

ଟୋକିଓ, ୨୪ ଜୁଲାଇ: ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ଭାରତ ରୌପ୍ୟ ପଦକ ସହ ମେଡାଲ ଅଭିଯାନ ଆରମ୍ଭ କରିଥିବା ବେଳେ ଚୀନ ଜିଣିଛି ପ୍ରଥମ ସ୍ବର୍ଣ୍ଣ। ଭାରୋତ୍ତଳନରେ ମହିଳା ବର୍ଗରେ ମୀରାବାଇ ଚାରୁ ରୌପ୍ୟ ପଦକ ହାସଲ କରିଛନ୍ତି । କିନ୍ତୁ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ପ୍ରଥମେ ଚୀନ ଖେଳାଳିଙ୍କ ନାଁରେ ହୋଇଛି । ଚୀନର ରାଇଫଲ୍‌ ସୁଟର ୟାଙ୍ଗ କିଆନ ମହିଳା ବର୍ଗରେ ୧୦ ମିଟର ରାଇଫଲ ସୁଟିଂରେ ବିଜୟୀ ହୋଇ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି।

ଭାରତର ଶୀର୍ଷ ବନ୍ଧୁକ ଚାଳକ ଅପୂର୍ବା ଚନ୍ଦେଲା ଏବଂ ଇଲାଭେନିଲ ଭଲାରିଭନ ଏହି ଇଭେଣ୍ଟରେ ଫାଇନାଲରେ ସ୍ଥାନ ପାଇନାହାନ୍ତି। ଋଷର ଅନାସ୍ତାସିୟା ଗୌଲାସିନା  ରୌପ୍ୟ ଏବଂ ସ୍ବିଜରଲାଣ୍ଡର ନୀନା କ୍ରିଷ୍ଟନ ବ୍ରୋଞ୍ଜ ପଦକ ଜିଣିଛନ୍ତି।

କ୍ବାଲିଫିକେସନରେ ୬୨୮.୭ ଅଙ୍କ ସହ ଷଷ୍ଠ ସ୍ଥାନରେ ଥିବା ୟାଙ୍ଗ ଫାଇନାଲ୍‌ରେ ୨୫୧.୮ ଅଙ୍କ ହାସଲ କରିଥିଲେ। ଋଷର ଅନାସ୍ତାସିୟା ୨୫୧.୧ ଅଙ୍କରେ ସନ୍ତୁଷ୍ଟ ହୋଇଥିବା ବେଳେ ୟାଙ୍ଗ କିଆନ ଚଳିତ ଅଲିମ୍ପିକ୍ସର ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.