ସାଉଦି ଆରବରେ ଜିନପିଙ୍ଗଙ୍କ ସ୍ୱାଗତ ଦେଖି ଜଳିବ ଆମେରିକା, ମାଟିରୁ ଆକାଶ ସବୁଠି ରେଡ୍ କାର୍ପେଟ୍ ବିଛାଇଲେ ପ୍ରିନ୍ସ

Published By : Prameya-News7 Bureau | December 09, 2022 IST

ନୂଆଦିଲ୍ଲୀ: ସମ୍ପର୍କକୁ ନୂଆ ଦିଗ ଦେବା ପାଇଁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସାଉଦି ଆରବ ଯାତ୍ରାରେ ପହଞ୍ଚିଛନ୍ତି । ଜିନପିଙ୍ଗଙ୍କ ଏହି ଯାତ୍ରା ଏପରି ଏକ ସମୟରେ ହେଉଛି ଯେତେବେଳେ ସାଉଦି ଏବଂ ଆମେରିକା ମଧ୍ୟରେ ତିକ୍ତତା ଦେଖିବାକୁ ମିଳୁଛି । ଜିନପିଙ୍ଗ ଗୁରୁବାର ସାଉଦି ଆରବର  ଶାହ ଏବଂ କ୍ରାଉନ ପ୍ରିନ୍ସଙ୍କ ସହ ରାଜ ମହଳରେ ବୈଠକ ହୋଇଛି । କୁହାଯାଉଛି ଯେ ଏହି ଯାତ୍ରା ସମୟରେ ଦେଶର ଉର୍ଜାର ଆବଶ୍ୟକତା ଉପରେ ସମ୍ପର୍କକୁ ମଜଭୁତ କରିବା । ରୁଷର ତେଲ ଉପରେ ପ୍ରତିବନ୍ଧକ ଲାଗୁ ହେବା ଏହି ପଦକ୍ଷେପ ନିଆଯାଉଥିବା ଦେଖିବାକୁ ମିଳୁଛି । ତେବେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ସାଉଦି ଏବେ ଚୀନ ପ୍ରତି ଢଳିବାରେ ଲାଗିଛି । ଦୁଇ ଦେଶର ବନ୍ଧୁତାକୁ ଦେଖି ଆମେରିକା ନିଶ୍ଚିତ ପ୍ରତିକ୍ରିୟାଶୀଳ ହେବ ।

ଜିନପିଙ୍ଗକୁ ଭବ୍ୟ ସ୍ୱାଗତ କରିଥିଲା ସାଉଦି ଆରବ । ରିୟାଦରେ ଚୀନ ରାଷ୍ଟ୍ରପତିଙ୍କୁ ଏପରି ସ୍ୱାଗତ କରାଗଲା ଯେ, ବାଇଡେନଙ୍କ ସ୍ୱାଗତ ଫିକା ପଡିଗଲା । ମାଟିରୁ ଆକାଶ ସବୁଠି ଜିନପିଙ୍ଗଙ୍କୁ ସଲାମୀ ଦିଆଯାଇଥିଲା । ଯେଉଁ ଦେଶ ଦିନେ ଆମେରିକାର ନିର୍ଦ୍ଦେଶରେ ପରିଚାଳିତ ହେଉଥିଲା ଆଜି ସିଏ ତାର ଏକ ନମ୍ୱର ଶତ୍ରୁର ସ୍ୱାଗତ ପାଇଁ ରେଡ୍ କାର୍ପେଟ ବିଛାଇ ଦେଇଥିଲା । ଏହାସହ ପୋତ ସଲାମୀ ମଧ୍ୟ ଦେଇଥିଲା ।

ଚୀନ ରାଷ୍ଟ୍ରପତିଙ୍କ ବିମାନ ସାଉଦିର ବାୟୁ ସୀମାରେ ପ୍ରବେଶ କରିବା ପରେ ସେଠାକାର ସେନା ନିଜ ବିମାନରେ ସଲାମୀ ଦେବାକୁ ପହଞ୍ଚିଥିଲା । ଜିନପିଙ୍ଗଙ୍କ ବିମାନ ପାର୍ଶ୍ୱରେ ସାଉଦିର ଫାଇଟର ଜେଟ୍ ନିଜ ପତାକା ରଙ୍ଗ ଉଡାଉଥିଲା । ମାଟିରେ ଜିନପିଙ୍ଗଙ୍କୁ ତୋପୋ ସଲାମୀ ଦିଆଯାଉଥିଲା । ଦୁଇଙ୍କ କେମେଷ୍ଟ୍ରୀ ଆମେରିକା ପାଇଁ ଏକ ବଡ଼ ଝଟକା ରୂପେ ଦେଖାଯାଉଛି । କୁହାଯାଉଛି ଜିନପିଙ୍ଗଙ୍କ ଏହି ଯାତ୍ରା କେବଳ ତେଲ ପାଇଁ ନୁହେଁ । ବରଂ ଆମେରିକାକୁ ସାଇଡ୍ କରିବା ମଧ୍ୟ ଏକ ବଡ଼ ରଣନୀତିର ଅଂଶ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.