ଭାରତ-ପାକ୍ ଉତ୍ତେଜନା ସମୟରେ ଚୀନର ନୂତନ ଚାଲ, ବଙ୍ଗୋପସାଗରରେ ନଜର ଆସିଲା ଡ୍ରାଗନର ଗୁଇନ୍ଦା ଜାହାଜ

Published By : Prameya-News7 Bureau | May 14, 2025 IST

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପରେ ଏବେ ଭାରତର ପୂର୍ବ ଦିଗରେ ଚୀନ ନୂତନ ଚାଲ୍ ଚଲାଇବା ଆରମ୍ଭ କରିଛି। ନିକଟରେ ଆସିଥିବା ଖବର ମୁତାବକ ଚୀନର ଏକ ଗୁଇନ୍ଦା ଜାହାଜ ସମୁଦ୍ରରେ ଭାରତ ଅଭିମୁଖେ ଆଗକୁ ବଢୁଛି। ଡ୍ରାଗନର ଏହି ସମୁଦ୍ରୀ ଗୁଇନ୍ଦା ଜାହାଜ ବର୍ତ୍ତମାନ ମଲକ୍କା ଷ୍ଟ୍ରେଟ୍ ଦେଇ ବଙ୍ଗୋପସାଗରରେ ପ୍ରବେଶ କରିବାକୁ ଯାଉଛି। ବିଗତ କିଛି ବର୍ଷରେ ଏହି କ୍ଷେତ୍ରରେ ଚୀନର ଏମିତି ଅନେକ ଜାହାଜ ଦେଖିବାକୁ ମିଳିଛି। ଏହି ଜାହାଜ ଗବେଷଣା ବାହାନାରେ ସୈନ୍ୟ ଅଭିଯାନ ପାଇଁ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଏକତ୍ର କରିବାକୁ ଉଦ୍ୟମ କରି ଆସିଛି।

ଓପନ ସୋର୍ସ ଇଣ୍ଟେଲିଜେନ୍ସର ବିଶେଷଜ୍ଞ ଡେମିୟନ ସାଇମନ ବୁଧବାର ଏକ୍ସରେ ଲେଖିଛନ୍ତି, ଜାହାଜ ମଲକ୍କା ଷ୍ଟ୍ରେଟ୍ ଦେଇ ଶ୍ରୀଲଙ୍କାର ଦକ୍ଷିଣ ଦିଗରେ ଦେଖିବାକୁ ମିଳିଛି। ଏହି ଜାହାଜକୁ ୟାଙ୍ଗ  ହାଓର ନାମ ଦିଆଯାଇଛି। ଚୀନ ଏହି ଜାହାଜକୁ ନିଜର ନୌସେନାରେ ୨୦୧୯ରେ ସାମିଲ କରିଥିଲା। ଏହାକୁ ଗବେଷଣା କ୍ଷେତ୍ରରେ ସବୁଠୁ ଉନ୍ନତ ଜାହାଜ ମଧ୍ୟରୁ ଏକ ବୋଲି କୁହାଯାଏ। ଚୀନ ଏହାକୁ ଫ୍ଲୋଟିଂ ଲ୍ୟାବର ନାଁ ଦେଇଛି।

Also read: ଇତିହାସ ରଚିଲା ଭାରତୀୟ ବାୟୁସେନା, ହେଲା ବିଶ୍ୱର ତୃତୀୟ ସର୍ବ ବୃହତ୍ତ ଏୟାରଫୋର୍ସ

ରିପୋର୍ଟ ଅନୁଯାୟୀ, ଏହି ଜାହାଜ ସମୁଦ୍ର ତଳର ନକ୍ସା ତିଆରି କରିବାରେ ସକ୍ଷମ।  ଏହା ବାଦ୍ ଏହି ଜାହାଜ ମିସାଇଲକୁ ଟ୍ରାକ କରିବା ସହ ବୁଡ଼ାଜାହାଜର ରିଡିଙ୍ଗକୁ ମଧ୍ୟ ଧରିବାରେ ସକ୍ଷମ। ଚୀନ ଏହାକୁ ରିସର୍ଚ୍ଚ ସିପ୍ ବୋଲି କହିଥାଏ।ହେଲେ ଭାରତ ଓ ଦୁନିଆର ଅନେକ ଦେଶ ଏହା ବେଶ ଭଲ ଭାବେ ଜାଣିଛନ୍ତି ଯେ, ପ୍ରକୃତରେ ଏହା ଏକ ଗୁଇନ୍ଦା ଜାହାଜ। 

ଚୀନ ନୌସେନାରେ ଏମିତି ଆହୁରି ଚାରି ଜାହାଜ ରହିଛି। ଏଥିରୁ ତିନି ଅନ୍ୟ ଜାହାଜକୁ ଭାରତ ମହାସାଗର ଓ ବଙ୍ଗୋପସାଗର ଆଖପାଖରେ ଦେଖିବାକୁ ମିଳିଥାଏ। ଦ ହିନ୍ଦୁର ରିପୋର୍ଟ ଅନୁଯାୟୀ, ୨୦୨୪ରେ ଜିୟାଙ୍ଗ ୟାଙ୍ଗ ହୋଙ୍ଗ ୩ ଅନେକ ସପ୍ତାହ ପର୍ଯ୍ୟନ୍ତ ଏହି କ୍ଷେତ୍ରରେ ଅନେକ ପରୀକ୍ଷଣ କରିଛି। ଏହି ସମୟରେ ଗୁଇନ୍ଦା ଜାହାଜ ମାଳଦ୍ଵୀପର ରାଜଧାନୀ ମାଲେରେ ଦୁଇ ଥର ଅଟକି ଥିଲା। ଅନ୍ୟ ଜାହାଜ ଜିୟାଙ୍ଗ ୟାଙ୍ଗ ହୋଙ୍ଗ ୧କୁ ଭାରତର କ୍ଷେପଣାସ୍ତ୍ର ପରୀକ୍ଷଣର ଠିକ୍ ପୂର୍ବରୁ ଅନେକ ଦିନ ଧରି ବଙ୍ଗୋପ ସାଗରରେ ଦେଖିବାକୁ ମିଳିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.