ଚିଲିକା ନଳବଣରେ ଲାଗିଲା ନିଆଁ; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

Published By : Prameya-News7 Bureau | February 25, 2023 IST

ଟାଙ୍ଗୀ ୨୫/୦୨: ଚିଲିକା ନଳବଣରେ ଲାଗିଛି ନିଆଁ। ଅଗ୍ନିକାଣ୍ଡରେ ଜଳିଗଲା ନଳଘାସ। ଏଥିପାଇଁ ଜଳଚର ଜୀବଙ୍କ ଜୀବନ ଏବେ ବିପଦରେ ରହିଛି। ନିଆଁ ଲିଭାଇବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ବାଲୁଗାଁ ବନ ବିଭାଗ ଡିଭିଜନର ଟାଙ୍ଗୀ ରେଞ୍ଜ ଅଧୀନସ୍ଥ କାଳୁପଡାଘାଟ-ସୋରଣ ଗ୍ରାମ ମଧ୍ୟରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି। ହେଲେ ଏହି ନିଆଁ କିଭଳି ଲାଗିଲା ନା କିଏ ଲଗାଇଛି ସେନେଇ କିଛି ସ୍ପଷ୍ଟ ହୋଇ ନାହିଁ।

ବାଲୁଗାଁ ବନ୍ୟପ୍ରାଣୀ ବିଭାଗର କହିବା ଅନୁସାରେ, କୌଣସି ମତ୍ସ୍ୟଜୀବୀଙ୍କ ଜାଣତରେ କିମ୍ୱା ଅସାବଧାନତାରୁ ଏହି ଅଘଟଣ ଘଟିଛି। ଚିଲିକା ନଳବଣରେ ନିଆଁ ଲାଗିବା ଦ୍ୱାରା ଚିଲିକାର ଜୈବ ବିବିଧତା, ଜଳଚର ଜୀବ ବିଶେଷ କରି ବିଦେଶାଗତ ପକ୍ଷୀମାନଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ନିଆଁ ସ୍ୱତଃପ୍ରବୃତ୍ତ ଭାବେ ଲିଭିବ ବୋଲି ବନବିଭାଗ ଅଧିକାରୀ ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.