ବୁଦା ମୂଳରୁ ନବଜାତ ଶିଶୁପୁତ୍ର ଠାବ : ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | November 03, 2019 IST

ପାଟଣା ୩।୧୧: କେନ୍ଦୁଝର ଜିଲ୍ଲା ପାଟଣା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମାନପୁର-ଡେଣୁଆ ନିକଟ ରାସ୍ତାର  ଖମଣସାହି ନିକଟରେ ଥିବା  ଏକ ବୁଦାମୂଳରୁ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଉଦ୍ଧାର ନବଜାତ ଶିଶୁପୁତ୍ରଟିକୁ ସ୍ଥାନୀୟଲୋକ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛିନ୍ତ । କିନ୍ତୁ କିଏ ଓ କାହିଁକି ଶିଶୁପୁତ୍ରଟିକୁ ରାସ୍ତା କଡ଼ରେ  ଫିଙ୍ଗିଦେଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.