ବାହାନଗାରେ ତାମିଲନାଡୁର ୨ ମନ୍ତ୍ରୀ ଏବଂ ୩ ଅଫିସର : ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କଲେ ରାଜସ୍ବ ସଚିବ

Published By : Prameya-News7 Bureau | June 03, 2023 IST

ଭୁବନେଶ୍ବର ୩।୬: ଓଡିଶା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସହ ଆଲୋଚନା କଲେ ତାମିଲନାଡୁ ରାଜସ୍ବ ସଚିବ କୁମାର ଜୈନ୍ । ବାଲେଶ୍ବର ବାହାନଗା ଟ୍ରେନ୍ ଦୁର୍ଘଟଣା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ।

ତେବେ ତାମିଲନାଡୁର ଦୁଇ ଜଣ ମନ୍ତ୍ରୀ ଏବଂ ତିନି ଜଣ ଅଫିସର ଓଡିଶା ଆସିଛନ୍ତି । ମନ୍ତ୍ରୀମାନେ ବାହାନଗା ଦୁର୍ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି । ତାମିଲନାଡୁର କେତେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ ବୋଲି ରାଜସ୍ବ ସଚିବ କହିଛନ୍ତି ।  

{"id":797531,"sizeSlug":"full","linkDestination":"none"}

ସେପଟେ ତାମିଲନାଡୁରେ ଦିନକ ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା । ବାହାନଗା ରେଳ ଦୁର୍ଘଟଣା ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା । ଦିନିକିଆ ଶୋକ ଘୋଷଣା କରିଛନ୍ତି ତାମିଲନାଡୁ ସରକାର । ଏହାସହିତ କୌଣସି ସରକାରୀ ଉତ୍ସବ ପାଳନ ହେବନି ବୋଲି ସରକାର ଘୋଷଣା କରିଛନ୍ତି ।

ବାହାନଗା ହୃଦୟ ବିଦାରକ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଛି । ଦୁର୍ଘଟଣାରେ ୯୦୦ରୁ ଉର୍ଦ୍ଧ୍ଵ ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ଓ ତାମିଲନାଡ଼ୁ ଦୁଇ ରାଜ୍ୟରେ ପାଳନ ହେବ ଦିନିକିଆ ଶୋକ  ଦୁଇ ରାଜ୍ୟରେ କୌଣସି ସରକାରୀ ଉତ୍ସବ ହେବନାହିଁ । ଏନେଇ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

You Can Read :

wp:embed {"url":"https://www.prameyanews7.com/national-flag-will-be-flown-at-half-mast-for-durghatana/","type":"wp-embed","providerNameSlug":"prameya-news-7"}
https://www.prameyanews7.com/national-flag-will-be-flown-at-half-mast-for-durghatana/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.