ନବୀନଙ୍କ ସହ କଥା ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ସମସ୍ତ ପ୍ରକାରର ସହାୟତା ଦେବାକୁ ଦେଲେ ପ୍ରସ୍ତାବ

Published By : Prameya-News7 Bureau | June 03, 2023 IST

ଭୁବନେଶ୍ୱର ୦୩।୦୬ : ସହାୟତାରେ ହାତ ବଢାଇଲେ ଛତିଶଗଡ଼ । ବାଲେଶ୍ୱର ବାହାନଗା ଟ୍ରେନ୍‌ ଟ୍ରାଜେଡି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବାଘେଲ । ସବୁ ପ୍ରକାର ସହାୟତା ଦେବାକୁ ପ୍ରସ୍ତାବ ଦେଇଛନ୍ତି ଛତିଶଗଡ଼ ସରକାର ।

wp:embed {"url":"https://www.prameyanews7.com/national-flag-will-be-flown-at-half-mast-for-durghatana/","type":"wp-embed","providerNameSlug":"prameya-news-7"}
https://www.prameyanews7.com/national-flag-will-be-flown-at-half-mast-for-durghatana/
/wp:embed

ଖବର ଅନୁଯାୟୀ, ଛତିଶଗଡ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେଶ ବାଘେଲ ଆଜି ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି । କରମଣ୍ଡଳ ଦୁର୍ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି । ଦୁର୍ଘଟଣାରେ ମୃତାହତ ଲୋକଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଆହତ ଲୋକଙ୍କ ଉଦ୍ଧାର କରିଛନ୍ତି । ଏହାସହିତ ଚିକିତ୍ସା ଆଦି ଯେ କୌଣସି କାମ ପାଇଁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ସେ ପ୍ରସ୍ତାବ ଦେଇଥିଲେ। ସେପଟେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଏହି ସଦିଚ୍ଛା ପାଇଁ ତାଙ୍କୁ ଧନ୍ୟବାଦ୍ ଦେଇଥିଲେ।

wp:embed {"url":"https://www.prameyanews7.com/coromandel-express-durghatana-bijan-mandal-missing/","type":"wp-embed","providerNameSlug":"prameya-news-7"}
https://www.prameyanews7.com/coromandel-express-durghatana-bijan-mandal-missing/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.