ସୌରଭ ଗାଙ୍ଗୁଲିଙ୍କ ପରେ ଯାଇପାରେ ଚେତନ ଶର୍ମାଙ୍କ ଆସନ: ଚୟନ କମିଟିରେ ପରିବର୍ତ୍ତନ କରିପାରେ ବିସିସିଆଇ

Published By : Prameya-News7 Bureau | October 19, 2022 IST

ମୁମ୍ବାଇ: ସୌରଭ ଗାଙ୍ଗୁଲିଙ୍କ ପରେ ଏବେ ବିସିସିଆଇ ବରିଷ୍ଠ ଖେଳାଳି ଚୟନ ସିମିତି ଅଧ୍ୟ ଚେତନ ଶର୍ମାଙ୍କର ଆସନ ବି ଯାଇପାରେ। ଏନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। କାରଣ ଅଷ୍ଟ୍ରେଲିଆରେ ହେଉଥିବା ଟି-୨୦ ବିଶ୍ୱକପ୍‌ ପରେ ବିସିସିଆଇ ବରିଷ୍ଠ ଚୟନ କମିଟିରେ ପରିବର୍ତ୍ତନ କରିପାରେ। ଏନେଇ ଖବର ଆଶିବା ପରେ ଗାଙ୍ଗୁଲିଙ୍କ ପରେ ବିଶ୍ୱକପ୍‌ରେ ହ୍ୟାଟ୍ରିକ୍ ନେଇଥିବା ଚେତନ ଶର୍ମାଙ୍କ ଆସନ ବି ଯାଇପାରେ ବୋଲି କୁହାଯାଉଛି।

ତେବେ ବିସିସିଆଇ ଅଧିକାରୀ ଏଏନ୍‌ଆଇକୁ ଗୋପନତାର ସହ ସୂଚନା ଦେଇ କହିଛନ୍ତି ଯେ ଚୟନ କମିଟିରେ ପରିବର୍ତ୍ତନ ଚଳିତ ଟି-୨୦ ବିଶ୍ୱକପରେ ଭାରତର ପ୍ରଦର୍ଶନ ଉପରେ ନିର୍ଭର କରିବ। ସେ କହିଛନ୍ତି “ ଟି-୨୦ ବିଶ୍ୱକପ୍‌ରେ  ଭାରତର ପ୍ରଦର୍ଶନ ଅନେକ କଥା ଉପରେ ପ୍ରଭାବ ପକାଇବ। ବୋର୍ଡର ଅଧିକାଂଶ ଲୋକ ଚେତନ ଶର୍ମାଙ୍କ ନେତୃତ୍ୱରେ ଖୁସୀ ଅଛନ୍ତି। ତେବେ ବିସିସିଆଇ ନୂଆ କ୍ରିକେଟ ପରାମର୍ଶ ସମିତି ନ ବାଛିବା ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ।”

ତେବେ ଚେତନ ଶର୍ମାଙ୍କୁ ନେଇ ହେବାକୁ ଥିବା ନିଷ୍ପତ୍ତି ବାକି ଥିବା ବେଳେ ପୂର୍ବ ଜୋନର ପ୍ରତିନିଧି ତଥା ଓଡ଼ିଶାର ଦେବାଶିଷ ମହାନ୍ତିଙ୍କ ଆଉ କିଛି ମାସ ପରେ ନିଜ ପଦ ଛାଡ଼ିପାରନ୍ତି। କାରଣ ସେ ଜୁନିୟର ଓ ସିନିୟର ଚୟମ ସମିତିରେ ପୂରା ୪ ବର୍ଷ କାର୍ଯ୍ୟକାଳ ଶେଷ କରିବାକୁ ଯାଉଛନ୍ତି।

ଏଏନ୍‌ଆଇକୁ ସୂଚନା ଦେଇ ଅଧିକାରୀ କହିଛନ୍ତି “ ଅଭୟ କୁରୁବିଲାଙ୍କ ଉପରେ ଲାଗୁ ନିୟମ ମହାନ୍ତିଙ୍କ ଉପରେ ବି ଲାଗୁ ହେଉଛି। ଦେବୁ(ଦେବାଶିଷ ମହାନ୍ତି)ଙ୍କୁ  ୨୦୧୯ରେ ଆରମ୍ଭରେ ଜୁନିୟର ପ୍ୟାନେଲ୍‌ରେ ସିଓଏ ଦ୍ୱାରା ସାମିଲ୍ କରାଯାଇଥିଲା। ଓ ଦେବାଙ୍ଗ ଗାନ୍ଧୀଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କୁ ସିନିୟର ସମୀତିରେ ସାମିଲ ହୋଇଥିଲେ।”

ସୂଚନା ଥାଉକି ନିକଟରେ ବିସିସିଆଇର ବଡ଼ ପରିବର୍ତ୍ତନ କରାଯାଇଛି। ସୌରଭ ଗାଙ୍ଗୁଲିଙ୍କ ସ୍ଥାନରେ ୧୯୯୮୩ ବିଶ୍ୱକପ ବିଜେତା ଟିମର ସଦସ୍ୟ ଥିବା ରୋଜର ବିନ୍ନିଙ୍କୁ ନୂଆ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ୬୭ ବର୍ଷୀୟ ବିନ୍ନୀ ୧୯୮୩ ବିଶ୍ୱକପ୍‌ ଓ ୧୯୮୫ ବିଶ୍ୱକପ୍‌ ଚାମ୍ପିୟନସିପରେ ଭାରତର ସବୁଠାରୁ ଅଧିକ ୱିକେଟ୍ ନେଇଥିବା ବୋଲର ଥିଲେ। ଏଇ ଦୁଇଟି ଟାଇଟଲ ଜିତିଥିଲା ଭାରତ। ତେବେ ବିନ୍ନୀ ବିସିସିଆଇର ଅଧ୍ୟକ୍ଷ ହେବା ପୂର୍ବରୁ କର୍ଣ୍ଣାଟକ କ୍ରିକେଟ୍ ଆସୋସିଏସନ୍‌(କେସିଏ)ର ବିଭିନ୍ନ ପଦରେ କାମ କରିସାରିଛନ୍ତି। ଏହା ବାଦ ସେ ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଚୟନକର୍ତ୍ତା ବି ରହିସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.