ଅଗଷ୍ଟ ୦୮ ତାରିଖ, ମଙ୍ଗଳବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | August 08, 2023 IST

ମେଷ – ଗୃହରେ ସାମାନ୍ୟ କଳହ ଯୋଗ ରହିଛି ,ଯାହା ପାଇଁ ଆପଣ ଅତ୍ୟନ୍ତ ଚିନ୍ତାଗ୍ରସ୍ତ ହୋଇ ରହିବେ । କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ଶିକ୍ଷା କ୍ଷେତ୍ରରେ ଛାତ୍ର ଛାତ୍ରୀଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ି ପାରେ ।

ବୃଷ – କାର୍ଯ୍ୟ କ୍ଷେତ୍ରରେ ମଙ୍ଗଳବାର ଆପଣଙ୍କୁ କିଛି ନୂଆ ଶିଖିବାକୁ ମିଳିବ । ଲାଗି ରହିଥିବା ମାଲି ମୋକଦ୍ଦମାର ଆସନ୍ତାକାଲି ଅନ୍ତ ଘଟିବ । ବାହ୍ୟ ଶତ୍ରୁଙ୍କ ଦ୍ଵାରା ପ୍ରତିରୋଧର ଶିକାର ହେବାକୁ ପଡ଼ିପାରେ ପରିବାରରେ ସୁଖ ଶାନ୍ତି ଲାଗି ରହିବ । ସରକାରୀ ଚାକିରୀରେ ସ୍ଥାନ ପରିବର୍ତ୍ତନର ଯୋଗ ରହିଛି ।

ମିଥୁନ – କାର୍ଯ୍ୟ କ୍ଷେତ୍ରରେ ମଙ୍ଗଳବାର ଆପଣଙ୍କ ପ୍ରାଧାନ୍ୟ ବୃଦ୍ଧି ପାଇବ । ପୁରୁଣା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ସମୟ ଲାଗିବ । ମାନସିକ ସ୍ଥିତି ଠିକ୍ ରହିବ ନାହିଁ । କିଛି ଭୁଲ ନିଷ୍ପତି ମଧ୍ୟ ନେଇ ପାରନ୍ତି । ଅନ୍ୟ ଲୋକଙ୍କ କଥାକୁ ଅଧିକ ଗୁରୁତ୍ଵ ଦେବ । ଏକା ସହ ଏକାଧିକ କାର୍ଯ୍ୟ ରେ ଯୋଗଦାନ କରିବେ।

କର୍କଟ – କର୍ମ କ୍ଷେତ୍ରରେ ବୁଦ୍ଧିବିଚାରୀ କାର୍ଯ୍ୟ କରନ୍ତୁ। ଯାନ ବାହାନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ। କାରଣ ଆସନ୍ତାକାଲି ଆପଣଙ୍କର ଘାତ ଚନ୍ଦ୍ର। ଦମ୍ପତିଙ୍କ ମଧ୍ୟରେ ସୁସମ୍ପର୍କ ବଜାୟ ରହିବ। ବ୍ୟବସାୟରେ ଆୟ ବ୍ୟୟ ସମାନ ହେବ । ଛାତ୍ରଛାତ୍ରୀ ମାନେ ଖେଳକୁଦରେ ମନୋନିବେଶ କରିବେ ।

ସିଂହ – ଅର୍ଥ ଆଜି କର୍ମ କ୍ଷେତ୍ରରେ କ୍ଷମତାର ବିକାଶ ହେବ । ଧର୍ମ କର୍ମରେ ମନୋନିବେଶ କରିବେ ।ଦିନଟି ବ୍ୟସ୍ତ ବହୁଳ ରହିଲେ ମଧ୍ୟ ଅନେକ ସୁଫଳ ପ୍ରଦାନ କରିବ ।ବ୍ୟବସାୟରେ ଲାଭ ଯୋଗ ରହିଛି ।ଭାଗ୍ୟ ସାଥ ଦେବ ।

କନ୍ୟା – କର୍ମକ୍ଷେତ୍ର ରେ ବିରୋଧା ଭାବ ଦେଖା ଦେବ । ନିଜ ବ୍ୟବହାର ରେ ସଂଯମତା ରକ୍ଷା କରନ୍ତୁ। ପରିବାର ଲୋକଙ୍କ ଠାରୁ ଖୁସି ର ବାର୍ତ୍ତା ମିଳିବ ।ବ୍ୟବସାୟ ରେ ଏତେ ଲାଭ ହେବ ନାହିଁ ।ପାରିବାରିକ ସମ୍ପର୍କ ସୁଦୃଢ ହେବ ।

ତୁଳା – ଆଶାନୁରୂପ ଅର୍ଥ ପ୍ରାପ୍ତିର ଯୋଗ ରହିଛି । ଲାଗି ରହିଥିବା ସମସ୍ୟାର ମଙ୍ଗଳବାର ସମୂଳ ସମାଧାନ ହେବ। ରାଜନୈତିକ କ୍ଷେତ୍ରରେ ମଙ୍ଗଳବାର ଆପଣଙ୍କ ପାଇଁ ବହୁତ୍ ଶୁଭ ଦାୟକ ରହିଛି ।ଜମିବାଡ଼ି ସମ୍ପର୍କିତ କିଛି ଅସୁବିଧା ଦେଖା ଯିବ । ନିବେଶ ପାଇଁ ଦିନଟି ଅନୁକୂଳ ରହିଛି । ଛାତ୍ରଛାତ୍ରୀ ମାନେ ଉପକୃତ ହେବେ ।

ବିଛା – ଗୃହରେ ସୁଖ ସମ୍ମାନ ପ୍ରାପ୍ତି ହେବ । ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟରେ ମନୋନିବେଶ କରିବେ । କର୍ମ କ୍ଷେତ୍ରରେ କିଛି ଲାଭ ଦାୟକ ପ୍ରୟାସ କରିବେ ।ବ୍ୟବସାୟୀଙ୍କ ପାଇଁ ରୋଜଗାରର ନୂଆ ପନ୍ଥା ଦେଖାଯିବ ।

ଧନୁ – ଭକ୍ତି ଭାବରେ ଦିନଟି କଟିବ । ସେବା ପୂଜାରେ ମନୋନିବେଶ କରିବେ । ବ୍ୟବସାୟୀ ମାନେ ରିସ୍କ ନେଇ କାର୍ଯ କଲେ ସଫଳତା ମିଳିବ ।ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବହୁ ପରିଶ୍ରମ ଲଘୁ କ୍ରିୟା ।ରୋଜଗାର ର ନୂଆ ପନ୍ଥା ଆସନ୍ତାକାଲି ଆପଣଙ୍କୁ ଦେଖା ଦେବ ।

ମକର – ଗୃହରେ ଲାଗି ରହିଥିବା ସମସ୍ୟାର ମଙ୍ଗଳବାର ସମାଧାନ ଖୋଜିବେ । ସନ୍ତାନଙ୍କ ସହ ସମୟ ଅତିବାହିତ କରିବେ । ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ବ୍ୟବସାୟୀଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବ ।

କୁମ୍ଭ – କାର୍ଯ୍ୟ କ୍ଷେତ୍ରରେ ବିଶେଷ ସହାୟତା ମିଳିବ ।ବନ୍ଧୁ ମିଳନର ଯୋଗ ରହିଛି । ନିଜ ପରାକ୍ରମ ବଳରେ ଶତ୍ରୁଙ୍କୁ ପରାସ୍ତ କରିବାର କ୍ଷମତା ରଖିବେ । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହେବେ ।

ମୀନ – ଲୁଚି ରହିଥିବା ଦକ୍ଷତାର ପରିପ୍ରକାଶ ହେବ । ଯଶହାନୀ ଘଟିବାର ସମ୍ଭାବନା ରହିଛି। ପଡୋଶୀଙ୍କ ସହ ମତଭେଦ ହୋଇ ପାରେ । ପିତାମାତାଙ୍କ ସେବାରେ ସମୟ ଅତିବାହିତ ହେବ । ବ୍ୟବସାୟରେ ଅର୍ଥ ଫେରି ପାଇବା ବିଳମ୍ବ ହେବ । ଛାତ୍ରଛାତ୍ରୀ ମାନେ ଆଶାନୁରୂପ ଫଳ ପ୍ରାପ୍ତି କରିବେ ନାହିଁ ।

wp:paragraph {"align":"center"}

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ , ଭୁବନେଶ୍ୱର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.