ଚରଣଜିତ୍‌ ସିଂହ ଚନ୍ନି ହେଲେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ, ମୋହର ମାରିଲେ କଂଗ୍ରେସ ହାଇକମାଣ୍ଡ

Published By : Prameya-News7 Bureau | September 19, 2021 IST

ଚଣ୍ଡିଗଡ ୧୯/୦୯ : ପଞ୍ଜାବକୁ ମିଳିଲେ ନୂଆ ମୁଖ୍ୟମନ୍ତ୍ରୀ । ଚରଣଜିତ୍‌ ସିଂହ ଚନ୍ନି ହେଲେ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଗତକାଲି କ୍ୟାପଟେନ୍‌ ଅମରିନ୍ଦର ସିଂହ ସିଏମ୍‌ ପଦରୁ ଇସ୍ତଫା ଦେବାପରେ କିଏ ଧରିବ ମଙ୍ଗ ସେ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଆଜି ଚରଣଜିତ୍‌ ସିଂହ ଚନ୍ନିଙ୍କ ନାଁ ରେ ମୋହର ମାରିଛନ୍ତି କଂଗ୍ରେସ ହାଇକମାଣ୍ଡ ।

ଚରଣଜିତ୍‌ ସିଂହ ଚନ୍ନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବାନେଇ ଘୋଷଣା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ୍‌ ରାଓ୍ବତ । ଟ୍ବିଟ୍‌ କରି ହରିଶ୍ ରାଓ୍ବତ କହିଛନ୍ତି, 'ଚରଣଜିତ୍ ସିଂହ ଚନ୍ନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ବିଧାୟକ ଦଳ ବୈଠକ ପରେ ଚନ୍ନିଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଥିଲା । ଏହା ସହିତ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ନାଁ ରେ ମୋହର ମାରିଛି ପଞ୍ଜାବ କଂଗ୍ରେସ ।'

wp:embed {"url":"https://twitter.com/ANI/status/1439562866990796803","type":"rich","providerNameSlug":"twitter","responsive":true}
https://twitter.com/ANI/status/1439562866990796803
/wp:embed

କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ କ୍ୟାବିନେଟ୍‌ରେ ବୈଷୟିକ ଶିକ୍ଷା ଏବଂ ପର୍ଯ୍ୟଟନ ମନ୍ତ୍ରୀ ଥିଲେ ଚରଣଜିତ୍‌ ସିଂହ ଚନ୍ନି । ଚମକୌର ବିଧାନସଭା କ୍ଷେତ୍ରରୁ ବିଧାୟକ ଥିବା ଚନ୍ନି ପୂର୍ବରୁ ବିରୋଧୀ ଦଳ ନେତା ମଧ୍ୟ ରହିସାରିଛନ୍ତି । ବର୍ତ୍ତମାନ ସେ ଧରିବାକୁ ଯାଉଛନ୍ତି ପଞ୍ଜାବ ମଙ୍ଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.