ଭୁବନେଶ୍ୱରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ଏମ୍‌ସରେ ଆହତଙ୍କୁ ଭେଟିବେ

Published By : Prameya-News7 Bureau | June 04, 2023 IST

ଭୁବନେଶ୍ୱର ୦୪।୦୬ : ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା । ଭୁବନେଶ୍ବର ଏମସ୍ ଯାଇ ଆହତଙ୍କୁ ଭେଟିବା ସହ ଚିକିତ୍ସା ନେଇ ଅଧିକାରୀଙ୍କ ସହ କରିବେ ଆଲୋନା। ପରେ କଟକ ଏସସିବି ମେଡିକାଲ ପରିଦର୍ଶନରେ ମଧ୍ୟ ଯାଇପାରନ୍ତି କେନ୍ଦ୍ରମନ୍ତ୍ରୀ । ସେଠାରେ ମଧ୍ୟ ଚାଲିଥିବା ଚିକିତ୍ସା ବ୍ୟବସ୍ଥାର ତଦାରଖ କରିପାରନ୍ତି ମନ୍ତ୍ରୀ ।

{"id":797682,"sizeSlug":"full","linkDestination":"none"}

ସେପଟେ ବାହାନଗା ଟ୍ରେନ୍ ଟ୍ରାଜେଡିରେ ୩ଶହ ଟପିଲା ମୃତ୍ୟୁ ସଂଖ୍ୟା । ଚାପି ହୋଇ ରହିଥିବା ବଗି ତଳୁ ମିଳିଛି ଆଉ ୧୩ ମୃତଦେହ । କ୍ରେନ୍ ସହାୟତାରେ ବଗି ଉଠିଲା ପରେ ମୃତଦେହ ମିଳିଛି । ପ୍ରଥମେ ୬ଟି ମୃତଦେହ ମିଳିଥିଲା । ପରେ ଆଉ ୭ ଜଣ ମୃତଦେହ ଉଦ୍ଧାର କରାଯାଇଛି। NDRF ଟିମ୍ ଏହି ମୃତଦେହ ଉଦ୍ଧାର କରିଛନ୍ତି । ଏବେବି ଜାରି ରହିଛି ଅପରେସନ ।

{"id":797613,"sizeSlug":"full","linkDestination":"none"}

ଗୋଟିଏ ପରେ ଗୋଟିଏ ବଗି ଉଠାଯାଉଥିବାବେଳେ ଏହାତଳେ ଚାପି ହୋଇ ରହିଥିବା ମୃତଦେହ ମିଳିବାରେ ଲାଗିଛି । ଏକ ସାକ୍ଷାତକାର ଦେଇ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ ଯେ ଟ୍ରେନ ବଗି ଉଠିପାରିଲେ ହିଁ କହିହେବ ତଳେ କଣ ଅଛି । ବଗି ତଳେ ଯଦି କେହି ରହିଯାଇଥିବେ ଆଶା ନାହିଁ କି ବଞ୍ଚିଥିବେ ।

You Can Read :

wp:embed {"url":"https://www.prameyanews7.com/ruturaj-gaikwad-utkarsha-pawar-wedding-photos/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ruturaj-gaikwad-utkarsha-pawar-wedding-photos/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.